ଉତ୍ତର ଘୁମସୁର ବନଖଣ୍ଡରୁ ଆସଲା ୨୫ଟି ରଥ କାଠ

ପୁରୀ/  ସଞ୍ଜୟ ମହାପାତ୍ର : ପୁରୀରେ ପହଞ୍ଚିଲା ଚର୍ତୁଥ ପର୍ଯ୍ୟାୟ ରଥକାଠ ।ଉତ୍ତର ଘୁମସୁର ବନଖଣ୍ଡ   ଅଞ୍ଚଳରୁ ୨୫ ଟି ରଥକାଠ ପୁରୀରେ ପହଞ୍ଚିଛି ।୨୫ଟି କାଠ ମଧ୍ୟରେ ୨୩ଟି ୪୦ ଫୁଟିଆ ଅସନ ଓ ୨ଟି ୪୦ ଫୁଟିଆ ଧଉରା କାଠ ରହିଛି ।ଅସନ କାଠ ଗୁଡ଼ିକ ରଥର ଗୟଳ ଓ ଦଣ୍ଡା ପାଇଁ ଏବଂ ଧଉରା କାଠ ରଥର ଅଖ କାର୍ଯ୍ୟରେ ଲାଗିବ ।ଗତବର୍ଷ ଠାରୁ ୫୩ ଖଣ୍ଡ କାଠ ବଳକା ହୋଇ ରହିଥିବା ବେଳେ ଚଳିତବର୍ଷ ଆଉ ୮ ଶହ ୧୨ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ୧୫୨ କାଠ ରଥଖଳାରେ ଏବଂ ୩୩ ଟି କାଠ କରତ କଳ ରେ ପହଞ୍ଚି ସାରିଛି।