ବାରଦିନ ଧରି ନିଖୋଜ ଥିବା ଆଦିବାସୀ ନାବାଳିକର ମୃତଦେହ ଉଦ୍ଧାର

ମୁନିଗୁଡ଼ା/ ରବିନ୍ଦ୍ର କୁମାର ସାହୁ: ଦିର୍ଘ ବାରଦିନ ଧରି ନିଖୋଜ ଥିବା ଆଦିବାସୀ ନାବାଳିକର ମୃତଦେହ ଉଦ୍ଧାର କରିଛି ପୋଲିସ l ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବାଇନିବସା ଗ୍ରାମର ନଅବର୍ଷର ନାବାଳିକା ବାରଦିନ ତଳେ ଘରୁଶୋଇଥିବା ଅବସ୍ଥାରେ ନିଖୋଜଥିବା ନେଇ ପରିବାର ତରଫରୁ ମୁନିଗୁଡା ଥାନାରେ ଅଭିଯୋଗ କରିଥିଲେ l ଆଜି ତାର ମୃତଦେହ ବାଇନିବସା ନର୍ସରୀ ନିକଟସ୍ଥ ଜଙ୍ଗଲରୁ ପଡିରହିଥିବା ଗାଇ ଚରାଳିମାନେ ଦେଖି ଗ୍ରାମବାସୀକୁ ଖବର ଦେଇଥିଲେ ପରେ ଗ୍ରାମବାସୀ ଘୋଟଣାସ୍ଥଳରେ ପହଞ୍ଚି ଶୋବ ଚିହ୍ନଟ କରି ପୋଲିସକୁ ଖବର ଦେଇଥିଲେ l  ଘୋଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ମୃତଦେହକୁ ଠାବ କରିବା ସହ ଅଧିକ ତଦନ୍ତ ଜାରି ରଖିଛି l  ତେବେ ନାବାଳିକାକୁ ଅପହରଣ ପରେ ହତ୍ୟା କରାଯାଇଥିବା ପରିବାର ତରଫରୁ ଅଭିଯୋଗ ହୋଇଛି l