ଜୟୀ ରାଜଗୁରୁ ଭବନରେ ଆଭେନିୟର ଷ୍ଟାର ସ୍କୁଲ୍ ର ସପ୍ତମ ବାର୍ଷିକ ଉତ୍ସବ ପାଳିତ

ଖୋର୍ଦ୍ଧା / ପ୍ରବୀଣ ଭଞ୍ଜଙ୍କ:  ଖୋର୍ଦ୍ଧାର  ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଭେନିୟର ଷ୍ଟାର ସ୍କୁଲ୍ ସ୍ଥାନୀୟ  ଜୟୀ ରାଜଗୁରୁ ଭବନରେ ତାର ସପ୍ତମ ବାର୍ଷିକ ଉତ୍ସବ ଖୁବ୍ ଧୁମଧାମରେ ପାଳନ କରିଛି। ଆୟୋଜିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଶ୍ରୀଯୁକ୍ତ ଜ୍ୟୋତିରିନ୍ଦ୍ରନାଥ ମିତ୍ର , ଖୋର୍ଦ୍ଧା ମୁନିସିପାଲିଟି ର  ଚେୟାରମ୍ୟାନ ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି , ଓ ସମାଜସେବୀ ସଞ୍ଜୟ ପଟ୍ଟନାୟକ ପ୍ରମୁଖ ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ। ବିଦ୍ୟାଳୟରେ ଶିକ୍ଷାରତ କୁନି କୁନି ପିଲାଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏଵଂ ନିମନ୍ତ୍ରିତ ଅତିଥିଙ୍କ ସହ ଉପସ୍ଥିତ ଅଭିଭାବକଙ୍କ ଉତ୍ସାହରେ ପରିବେଶ ବେଶ ଉତ୍ସବମୁଖର ହୋଇଉଠିଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶିଲା ଅଗ୍ରୱାଲ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସମ୍ପାଦକ ଦିବ୍ୟଜ୍ୟୋତି ବାରିକ ଏଵଂ ବିଦ୍ୟାଳୟର ଅନ୍ୟ କର୍ମକର୍ତ୍ତା ଯଥା ସୁମିତ୍ରା ଭଗତ, ନୁସରତ୍ ପରୱିନ୍ ଆଦିଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପାଦିତ ହୋଇଥୁଲା।