ମହାନଦୀରେ ୪ର୍ଥ ବନ୍ୟା

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଠାତ ମହାନଦୀରେ ବୃଦ୍ଧି ପାଇଛି ବନ୍ୟାଜଳ । ଆଜି ହଠାତ ମହାନଦୀରେ ବନ୍ୟା ଜଳ ଉଛୁଳି ବିଭିନ୍ନ ତଳିଆ ଅଞ୍ଚଳରେ ପଶି ଯାଇଥିବା ସୂଚନା ମିଳିଛି । ମହାନଦୀରେ ଆକସ୍ମିକ ବନ୍ୟା ଜଳସ୍ତର ବୃଦ୍ଧିକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ନଥିବା ବେଳେ ଜଳ ସେଚନ ବିଭାଗ ପକ୍ଷରୁ ବନ୍ୟା ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ନେଇ ସୂଚନା ପ୍ରଦାନ କରାଯାଇଛି । ଅନ୍ୟପଟେ ହଠାତ ମହାନଦୀରେ ବନ୍ୟା ଜଳସ୍ତର ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ଆତଙ୍କିତ ହୋଇପଡିଛନ୍ତି ।ଛତିଶଗଡ଼ରୁ ମାଡ଼ି ଆସୁଛି ବନ୍ୟା ଜଳ । ଫଳରେ ହୀରାକୁଦ ଜଳ ଭଣ୍ତାରରେ ଜଳ ସ୍ତର ବଢିବାରେ ଲାଗିଛି । ଏବେ ହୀରାକୁଦରେ ୨୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଥିବାବେଳେ ଆଗକୁ ଆହୁରି ଗେଟ୍ ଖୋଲିପାରେ । ସେପଟେ ମହାନଦୀରେ ଚତୁର୍ଥ ବନ୍ୟା ଆସିବା ପରେ ଅନେକ ତଳିଆ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହୋଇଛି । ଚାଷଜମି ଜଳମଗ୍ନ ହୋଇଛି । ଯାଜପୁର, ଭଦ୍ରକ, ବାଲେଶ୍ଵର, କଟକ ବାଙ୍କୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଦକ୍ଷିଣ ଓଡ଼ିଶାରେ ବି ଉତ୍କଟ ହୋଇଛି ବନ୍ୟା ସ୍ଥିତି ।ହୀରାକୁଦ ଜଳ ଭଣ୍ତାରକୁ ବଢୁଛି ଜଳ ପ୍ରବେଶ । ଖୋଲିପାରେ ଆହୁରି ଗେଟ । ବତ୍ତମାନ ୨୮ ଟି ଗେଟରେ ହୀରାକୁଦ ଜଳନିଷ୍କାସନ ଜାରି ରହିଛି । ସକାଳ ୬ ଟା ସୁଦ୍ଧା ଜଳସ୍ତର ୬୨୯.୦୮ ଫୁଟ ରହିଛି । ଉପରମୁଣ୍ତରୁ ସେକେଣ୍ତ ପ୍ରତି ୬ ଲକ୍ଷ ୧୭ ହଜାର ୩୦୮ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୨୮ଟି ଗେଟରେ ୪ ଲକ୍ଷ ୯୬ ହଜାର ୬୦୨ କ୍ୟୁସେକ ଜଳ ନିଷ୍କାସନ ହେଉଛି ।