ସାବଧାନ…ଏଥର ଫୋନ୍ କହିବ ଆପଣ ମଦ ପିଛନ୍ତି କି ନାହିଁ

ନୂଆଦିଲ୍ଲୀ: ଆମେମାନେ ସମସ୍ତେ ଜାଣନ୍ତି ଯେ ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କେତେମାତ୍ରାରେ କ୍ଷତିକାରକ । ମଦ୍ୟପାନକୁ ରୋକିବା ପାଇଁ ସରକାର ଅନେକ ବିଜ୍ଞାପନ ମାଧ୍ୟମରେ ସଚେତନ କରୁଛନ୍ତି । ମଦ ବୋତଲରେ ଲେଖାଯିବା ସହ ବିଭିନ୍ନ ପ୍ରକାର ବିଜ୍ଞାପନରେ ମଧ୍ୟ ଦର୍ଶାଯାଇଥାଏ ।  ଏହା ସତ୍ତ୍ୱେ ବି ଅନେକ ଲୋକ  ପ୍ରତ୍ୟେକ ଦିନ  ମଦ୍ୟପାନ କରନ୍ତି ।

ହେଲେ କଣ ଆପଣ ଜାଣନ୍ତି କି ଏବେ ଆପଣ ମଦ ପିଛନ୍ତି କି ନାହିଁ ତାହା ଆପଣଙ୍କ ଫୋନ୍ କହିବ । ଷ୍ଟାନଫୋର୍ଡ ୟୁନିଭରସିଟି ଜରୁରୀକାଳୀନ ଚିକିତ୍ସା ବିଭାଗର ପ୍ରଫେସର ବ୍ରାଏନ ସୁଫୋଲେଟୋ ଏବଂ ତାଙ୍କ ଟିମ୍ ଏମିତି ଏକ ସେନ୍ସର ଉଦ୍ଭାବନ କରିଛନ୍ତି । ଯାହା ଆପଣଙ୍କ ଫୋନରେ ଲାଗିବା ପରେ ଫୋନ ଆରପଟରେ କଥା ହେଉଥିବା ବ୍ୟକ୍ତି ମଦ୍ୟପାନ କରିଛନ୍ତି କି ନାହିଁ ତାହା ଜାଣିପାରିବେ । ଏହି ସିଷ୍ଟମ ୯୮ ପ୍ରତିଶତ ସଫଳତାର ସହ କାମ କରୁଛି ବୋଲି ବ୍ରାଏନଙ୍କ ଟିମ୍ କହିଛନ୍ତି ।

ରିସର୍ଚ୍ଚ ସମୟରେ ବୈଜ୍ଞାନିକ ମଦ୍ୟପାନ କରିବା ପୂର୍ବରୁ ଏବଂ ପରେ ଲୋକଙ୍କ ସ୍ୱର ରେକର୍ଡ କରିଥିଲେ । ଏହି ସର୍ଭେ ୧୮ ଜଣଙ୍କୁ ନେଇ କରାଯାଇଥିଲା । ଆଉ ଏମାନଙ୍କ ବୟସ ଥିଲା ୨୧ ବର୍ଷ କିମ୍ବା ତାଠାରୁ ଅଧିକ ।  ଏହାପରେ ଏହାକୁ ଯାଞ୍ଚ ପାଇଁ ଏହି ଡିଭାଇସ ଲଗାଇ ଦିଆଯାଇଥିଲା । ଏଥିରେ ଜଣାପଡି ଯାଇଥିଲା ସେମାନଙ୍କ ମଧ୍ୟରୁ କିଏ ମଦ୍ୟପାନ କରିଛନ୍ତି କି ନାହିଁ ।