ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ସାଧାରଣ ପରିଷଦର ବାର୍ଷିକ ବୈଠକ ; ନିର୍ବାଚିନ ହେଲେ ନୂତନ କର୍ମକର୍ତ୍ତା

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ସାଧାରଣ ପରିଷଦର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକଟି ଦେବେନ୍ଦ୍ର ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ ଅଶୋକ କୁମାର ଦାସ ପୁରାତନ ଛାତ୍ର ସଂଘର କାର୍ଯ୍ୟାବଳୀ ବିସ୍ତୃତି ବିବରଣୀ ପ୍ରଦାନ କରିଥିଲେ । ସଂଘର ଯୁଗ୍ମ କୋଷାଧ୍ୟକ୍ଷ ବୀର କିଶୋର ଦାଶ ବାର୍ଷିକ ଆୟବ୍ୟୟର ଅଡିଟ୍ ରିପୋର୍ଟ ଉପସ୍ଥାପନ କରିଥିଲେ । ଏହା ସମସ୍ତଙ୍କ ଦ୍ୱାରା ଗୃହୀତ ହୋଇଥିଲା । ପୁରାତନ ସଂଘର ସାଙ୍ଗଠନିକ ସୁଦୃଢୀକରଣ ସହିତ ଏହାକୁ କ୍ରିୟାଶୀଳ କରିବା ପାଇଁ ମତ ଦେଇଥିଲେ । ଆସନ୍ତା ତିନି ବର୍ଷ ପାଇଁ କାର୍ଯ୍ୟକାରୀ କମିଟିରେ ସର୍ବସମ୍ମତିରେ ସତ୍ୟାଜିତ ମହାନ୍ତି(ସଭାପତି), ଦେବେନ୍ଦ୍ର ପ୍ରସାଦ ଦାସ (ସାଧାରଣ ସମ୍ପାଦକ), ରଘୁନାଥ ପୃଷ୍ଟି(ଉପସଭାପତି) , ଅମୀୟ କୁମାର ମହାନ୍ତି(କୋଷାଧ୍ୟକ୍ଷ), ବୀର କିଶୋର ଦାଶ ( ଯୁଗ୍ମ କୋଷାଧ୍ୟକ୍ଷ) ଭାବେ ମନୋନୀତ ହୋଇଥିଲେ । ଏତଦବ୍ୟାତୀତ କାର୍ଯ୍ୟକାରୀ କମିଟିର ୪୦ ସଦସ୍ୟ ସର୍ବମ୍ମତି କ୍ରମେ ମନୋନୀତ ହୋଇଛି ।