ପରିଣୀତିଙ୍କୁ ସାନିଆଙ୍କ ଏମିତି କିଛି ଉପହାର ଦେଲେ ସାନିଆ

ପରିଣୀତି ଚୋପ୍ରା ଓ ଆପ୍‌ ନେତା ରାଘବ ଚଢା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକମାନେ ସାମିଲ ହୋଇଥିଲେ । ଏହି ବିବାହରେ ଅନେକ ସେଲିବ୍ରିଟି ଏବଂ ରାଜନେତା ମଧ୍ୟ ନଜର ଆସିଥିଲେ । ଉଦୟପୁରରେ ହେଇଥିବା ଏହି ବିବାହରେ ଅଭିନେତ୍ରୀଙ୍କ ଘନିଷ୍ଠ ବନ୍ଧୁ ସାନିଆ ମିର୍ଜା ମଧ୍ୟ ଯୋଗ ଦେଇଥିଲେ । ବିବାହ ପରେ ଉଦୟପୁର ବିମାନବନ୍ଦରରେ ମିଡିଆରେ ସ୍ପଟ୍‌ ହୋଇଥିଲେ ଟେନିସ ଷ୍ଟାର ସାନିଆ ମିର୍ଜା । ସେ ଏକ ସୁନ୍ଦର ଲାଇମ ଗ୍ରୀନ ରଙ୍ଗରେ ଫ୍ଲୋରାଲ ପାଟର୍ନର କଫତାନ କୁର୍ତ୍ତାରେ ନଜର ଆସିଥିଲେ ।

ତେବେ ସାନିଆ ନିଜ ଘନିଷ୍ଠ ବନ୍ଧୁଙ୍କ ବିବାହରେ ତାଙ୍କୁ କଣ ଉପହାର ଦେଇଥଲେ ଏନେଇ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିଲା । ମିଡିଆ ସହ କଥାବାର୍ତ୍ତା ହେବା ସମୟରେ ତାଙ୍କୁ ପଚରା ଯାଇଥିଲା ଯେ ସେ ତାଙ୍କ ଘନିଷ୍ଠ ବନ୍ଧୁଙ୍କୁ କଣ ଉପହାର ଦେଇଛନ୍ତି? ଏହାର ଉତ୍ତରରେ ସେ କହିଥିଲେ ‘ଆଶୀର୍ବାଦ ଦେଇଛନ୍ତି’ ।