ଭୁବନେଶ୍ୱର: ଓଡିଶାର ଭ୍ରମଣ ଉତ୍ସାହୀମାନଙ୍କ ମଧ୍ୟରେ ପର୍ଯ୍ୟଟନକୁ ବୃଦ୍ଧି କରିବା ଉଦେଶ୍ୟରେ , ଭାରତରେ ପର୍ଯ୍ୟଟନର ପ୍ରୋତ୍ସାହନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ଲୁ ଅ୍ଧବ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଭୁବନେଶ୍ୱରରେ ତିନି ଦିନିଆ ଜାତୀୟ ‘ ପର୍ଯ୍ୟଟନ ମେଳା’ ଆୟୋଜନ କରିଛନ୍ତି । ଭୁବନେଶ୍ୱରର ହୋଟେଲ ପାଲ ହାଇସ୍ଟରେ ଆୟୋଜିତ ହୋଇଥିବା ତିନି ଦିନିଆ ପର୍ଯ୍ୟଟନ ମେଳା ୨୨ରୁ ୨୪ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଚାଲିବ ଏବଂ ଟ୍ରାଭେଲର୍ସମାନଙ୍କୁ ଲାଭଜନକ ପ୍ୟାକେଜ ପ୍ରଦନ କରାଯିବ । ଏହି ତିନି ଦିନିଆ ପର୍ଯ୍ୟଟନ ମେଳା , ମଧ୍ୟପ୍ରନେଶ ପର୍ଯ୍ୟଟନ , ଗୁଜୁରାଟ ପର୍ଯ୍ୟଟନ , ରାଜସ୍ଥାନ ପର୍ଯ୍ୟଟନ , ହିମାଚଳ ପ୍ରଦେଶ ପର୍ଯ୍ୟଟନ ଏବଂ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟଙ୍କ ଦ୍ୱରା ସମର୍ଥିତ ହୋଇଛି ।
ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ଇନଷ୍ଟୁଚ୍ୟୁଟ ଅଫ ଟୁରିଜିମ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟ , ଭୁବନେଶ୍ୱରରେ ନିର୍ଦ୍ଦେଶକ ଡ. ମହସବିର ହୁସେନ ଏହି ପର୍ଯ୍ୟଟନ ମେଳାର ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ଭାରତ ପର୍ଯ୍ୟଟନ ମନ୍ତ୍ରଣାଳୟର ସହକାରୀ ନିର୍ଦ୍ଦେଶକ ରଶ୍ମି ସୋନିଆ ତିର୍କି, ରାଜସ୍ଥାନ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପୱନ ଜେନ, ସହକାରୀ ନିର୍ଦ୍ଦେଶକ ତେସେନା ଯାଦବ, ହିମାଚଳ ପର୍ଯ୍ୟଟନ ବିଭାଗର ସଞ୍ଜିବ କୁମା, ଗୁଜୁରାଟ ପର୍ଯ୍ୟଟନ ବିଭାଗର ସୁରବୀ ଶର୍ମା , ମଧ୍ୟପ୍ରଦେଶ ପର୍ଯ୍ୟଟନ ବିଭାଗର ସୌରଭ ପାଣ୍ଡେ ପେବୁଲ୍ଫ ଟୁର ଏବଂ ଟ୍ରାଭେଲ ର ପରିଚାଳନା ନିର୍ଦ୍ଦେଶକ ଆଲୋକ ମହାରଣା ଏବଂ ବ୍ଲୁ ଆଇ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ର ନିର୍ଦ୍ଦେଶକ ସୁବ୍ରତ ଭୋମିକ ଏହି ସମାରୋହରେ ଯୋଗ ଦେଇଥିଲେ । ପର୍ଯ୍ୟଟନର ଭବିଷ୍ୟତ ବିଶୟରେ ଆଇ ଆଇ ଟିଟିଏମ ର ନିଦ୍ଦେଶକ ଡ. ମହସବିର ହୁସେଦ କହିଛନ୍ତି , “ ଓଡିଶା ତଥା ଭାରତରେ ମଧ୍ୟ ସମୃଦ୍ଧ ଐତିହ୍ୟ ରହିଛି । ପର୍ଯ୍ୟଟନକୁ ପ୍ରୋତ୍ସାହନ କରିବାକୁ ସରକାରମଧ୍ୟ ଅନେକ ଭିତ୍ତି ଭୂମିରେ ବିକାଶ ଆଣିଛନ୍ତି । କିନ୍ତୁ ଏହା ଯଥେଷ୍ଟ ନୁହେଁ । ଜଣେ ଦାଇତ୍ୱବାନ ନାଗରିକ ଭାବରେ ଆମେ ଯାଉଥିବା ସ୍ଥାନର ଆମେ ଦାଇତ୍ୱ ନେବା ଆମର କର୍ତ୍ତବ୍ୟ । ମୁଁ ଯୁବ ସମାଜକୁ ପର୍ଯ୍ୟଟନର ସମ୍ଭାବ୍ୟକୁ ହୃଦୟଙ୍ଗମ କରିବାକୁ ଏବଂ ଯଥା ସମ୍ଭବ ସଚେତନତା କରିବାକୁ ଅନୁରୋଧ କରୁଛି । ଏହି ତିନି ଦିନିଆ ପ୍ରଦର୍ଶନୀ ଦ୍ୱାରା ଭ୍ରମଣ ବାଣିଜ୍ୟ ରେ ନୂତନ ଉନ୍ନତି ଆସିବା ସହ ମେଳାକୁ ଆସୁଥିବା ସମସ୍ତ ଭ୍ରମଣକାରୀ ଅଂଶଗ୍ରହଣ କରୁଥିବା ଭ୍ରମଣ ବାଣିଜ୍ୟ ସଦସ୍ୟ ଏବଂ ଶିଳ୍ପ ସହିତ ଜଡିତ ଲୋକମାନଙ୍କ ସହ ନିଜର ଯୋଗାଯୋଗ ଓ ଶକ୍ତିଶାଳୀ ବ୍ୟବସାୟ ନେଟୱାର୍କ ବିକାଶ କରିପାରିବେ ।