ରାଇରଙ୍ଗପୁର : ରାଇରଙ୍ଗପୁର ପୌରପାଳିକାର ଇନ୍ଦିରା ଗାନ୍ଧି ଶିଶୁ ଉଦ୍ୟାନ ପରିସରରେ ହୋ ସମାଜର ବୁଦ୍ଧିଜୀବି ଓ ସାମାଜିକ କର୍ମୀମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ସହ ସମ୍ପାଦକ ବାବୁଲୁ ପୂର୍ତ୍ତିଙ୍କ ଆବାହନରେ ଉକ୍ତ ବୈଠକରେ ବିଭିନ୍ନ ସାମାଜିକ ସଂଗଠନ ହୋ ଭାଷା କ୍ରିୟାନୁଷ୍ଠାନ କମିଟି, ସିଦାହରା ସୁସାର ଆକାଳା, ରଘୁବୀର ହୋ ଅକାଳା, ହୋ ଗାଲାଙ୍ଗ, ଆଦିବାସୀ ହୋ ସମାଜ ମହାସଭା, ହୋ ସମାଜ ସମନ୍ୱୟ ସମିତି, ହୋ ସମାଜ ମାର୍ଶାଲ ଆକାଳାର ପ୍ରତିନିଧିମାନେ ସାମିଲ ହୋଇଥିଲେ l
ହୋ ଭାଷାକୁ କେନ୍ଦ୍ର ସରକାର ସରକାରୀ ମାନ୍ୟତା ଏବଂ ରାଜ୍ୟ ସରକାର ଦ୍ଵିତୀୟ ରାଜଭାଷାର ମାନ୍ୟତା ଦେବାରେ ବିଳମ୍ବ କରୁଥିବା ଯୋଗୁଁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା l ହୋ ଭାଷାର ମାନ୍ୟତା ପ୍ରସଙ୍ଗରେ ରାଇରଙ୍ଗପୁରଠାରେ ଏକ ଶକ୍ତି ପ୍ରଦର୍ଶନ ସମାବେଶର ଆୟୋଜନ ନିମନ୍ତେ ନିଷ୍ପତ୍ତି ନିଆଯାଇ ଥିଲା l ଏଥିପାଇଁ ଚଳିତ ମାସ 19 ତାରିଖ ଗୁରୁ ଲାକୋ ବଦରାଙ୍କ ଜୟନ୍ତୀ ଦିନକୁ ତିଥି ଧାର୍ଯ୍ୟ କରାଯାଇଥିଲା l ଉକ୍ତ ଦିନକୁ ‘ହୋ ଭାଷା ଦିବସ’ ରୂପେ ପାଳନ କରିବାକୁ ସ୍ଥିର କରାଯାଇଛି l ଏହି ବୈଠକରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଭ୍ୟ ଜଲେନ ବାର୍ଦା, ମନ ରଞ୍ଜନ ତିରିଆ,ପଦ୍ମଚରଣ ବାନାରା, ବିର୍ସା କଣ୍ଡାଙ୍ଗକେଲ, ଗଙ୍ଗାଧର ହେମ୍ବ୍ରମ, ଅନୀଲ ବିରୁଆ, ଟିକୁନ ଜେରାଇ, ସାଙ୍ଗୀ ଜଙ୍କ, ଲବ ପୁର୍ତ୍ତି, ମେଘନାଦ ହେମ୍ବ୍ରମ, ବିଜୟ କୁମାର ମୁନ୍ଦୁୟା, ବିଜୟ କୁମାର କଣ୍ଡାଙ୍ଗକେଲ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ ରାଇରଙ୍ଗପୁର ରୁ ଜିଲ୍ଲା ସାମ୍ୱାଦିକ ।