ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ: ଭକ୍ତ ରଞ୍ଜନ ମହାନ୍ତି , ସର୍ବୋଚ୍ଚ ଯନ୍ତ୍ରୀ ଜଳ ସମ୍ପଦ ବିଭାଗ

ଭୁବନେଶ୍ୱର : ରାଜ୍ୟରେ ଛୋଟରୁ ମଧ୍ୟମ ଧରଣର ବନ୍ୟା । ସର୍ବୋଚ୍ଚ ଯନ୍ତ୍ରୀ ଦେଲେ ବନ୍ୟା ଅପଡେଟ । ବନ୍ୟା ପାଇଁ ପ୍ରସ୍ତୁତ ଅଛନ୍ତି ଉଦ୍ଧାର କାରି ଟିମ । ବର୍ତମାନ ୮ ଲକ୍ଷ ୨୮ ହଜାର କ୍ୟୁସେକ । ଜଳ ପ୍ରଭାହିତ ହେଉଛି ମୁଣ୍ଡୁଳି ଠାରେ । ଦିନ ୧୨ ଟା ସୁଦ୍ଧା ପ୍ରଭାହିତ ହେବ ବନ୍ୟା ଜଳ । ଆଜି ସନ୍ଧ୍ୟା ସୁଦ୍ଧା ୯ଲକ୍ଷରୁ ୯ଲକ୍ଷ ୫୦ ହଜାର ଜଳ ମୁଣ୍ଡୁଳି ଠାରେ ପ୍ରଭାହିତ ହେବ । SRC ଅଫିସରୁ ସବୁ ଜିଲ୍ଲପାଳମାନଙ୍କୁ ଆଲର୍ଟ କରାଯାଇଛି । ଆଜି ସକାଳ ୬ଟା ରେ SRC ବୈଠକ ନେଇଥିଲେ । ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ । ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଜଳ ସମ୍ପଦ ବିଭାଗର ଅଧିକାରୀ ମାନଙ୍କୁ ସଜାଗ ରଖାଯାଇଛି ।

ଆଜି ରାତି ଗୁରୁତ୍ୱପୂର୍ଣ୍ଣ, କାରଣ ରାତିରେ ବନ୍ୟା ଜଳ ପ୍ରଭାହିତ ହେବ ।ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା ଜିଲ୍ଲାରେ ଆସନ୍ତାକାଲି ସକାଳେ ପିକ ବନ୍ୟା ଜଳ ପ୍ରଭାହିତ ହେବ । ତେଣୁ ବରିଷ୍ଠ ଅଧିକାରୀ ମାନଙ୍କୁ ପଠାଯାଇଛି । ମହାନଦୀ ପାଇଁ ଆଜି ରାତି ଗୁରୁତ୍ୱପୂର୍ଣ୍ଣ । ବିପଦ ସଂକେତ ଉପରେ ଥିବା ବୈତରଣୀର ଜଳସ୍ତର ଆଖୁଆପଦା ଓ ଆନନ୍ଦପୁରଠାରେ କମିବାକୁ ଲାଗିଲାଣି । କିଛି ବଡ଼ ଅଘଟଣ ହୋଇନି । ଆଜି ସକାଳେ ବ୍ରାହ୍ମଣୀର ଜଳସ୍ତର ବଢିବାକୁ ଲାଗିଛି ଜେନାପୁର ପାଖରେ । ହେଲେ ବିପଦ ସଂକେତ ତଳେ ଅଛି । ମହାନଦୀରେ ପ୍ରଚୁର ବର୍ଷା ଯୋଗୁଁ ବରମୁଳଠାରେ ପ୍ରଚୁର ବର୍ଷା ହୋଇଛି । ହେଲେ ବରମୁଳରେ ପାଣି କମୁଛି । ଏହା ବଢ଼ିବ, କାଣୀ ନଦୀରେ ସାମାନ୍ୟ କଟ ହୋଇଥିବା ଖବର ଆସିଛି । ହେଲେ ତାକୁ ବଦଳା ଦିଆଯିବ । ଅନ୍ୟ କେଉଁଠୁ ନଦୀବନ୍ଧ ଭାଙ୍ଗିବା ପରିସ୍ଥିତି ଉପୁଜିନି । ବଡ଼ ଧରଣର ବନ୍ୟା ହେବନି । ବଂଶଧାରାରେ କିଛି ବିପଦ ନାହିଁ ।

ବରମୁଳ ଠାରେ ଅଧିକ ବର୍ଷା ହୋଇଥିବାରୁ ନୟାଗଡ଼ର ଗଣିଆ, କଟକର ବାଙ୍କୀର ତଳିଆ ଅଂଚଳର ଅଧିକ ପ୍ରଭାବିତ ହୋଇଛି । ହୀରାକୁଦ ଉପରମୁଣ୍ଡରେ ଅଧିକ ବର୍ଷା ହୋଇଛି । ସେଠାରେ ୯୦ରୁ ୧୦୦ ମିମିବର୍ଷା ହୋଇଛି । ସୁନ୍ଦରଗଡ଼ର ଇବ ଓ ଭେଡେନ ସବକ୍ୟାଚମେଣ୍ଟରେ ପ୍ରଚୁର ବର୍ଷା ହୋଇଛି । ହେଲେ ହୀରାକୁଦରେ ଜଳସ୍ତର କମ ଅଛି । ଛତିଶଗଡ଼ ଗେଟ ଖୋଲି ଦେଇଛି । ପୁରୀର କଣାସ, ଅସ୍ତରଙ୍ଗ, ଜଗତସିଂହପୁରର ଏରସମା, କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳରେ ଅସୁବିଧା ହେବ । ହେଲେ ଏ ବନ୍ୟାରେ ସେତେ ବଡ଼ ଅସୁବିଧା ହେବନି ।