ଭୁବନେଶ୍ୱର: ସରିଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖା । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ମୋଟ ୯୨ହଜାର ୬୧୦ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ରାଜ୍ୟରେ ଆହୁରି ୧ଲକ୍ଷ ୭୭ ହଜାର ୫୫୩ ସିଟ ବଳକା ରହିଛି । ଏହି ବଳକା ସିଟ୍ ପାଇଁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନାମଲେଖା ହେବ । ଏଥିପାଇଁ ଦ୍ୱୀତୀୟ ମେଧା ତାଲିକା ଆସନ୍ତା ୨୭ ତାରିଖରେ ପ୍ରକାଶ ପାଇବବୋଲି କୁହାଯାଉଛି । ଚଳିତ ବର୍ଷ ୧୦୪୧ କଲେଜରେ ୨ଲକ୍ଷ ୭୦ ହଜାର୨୪୨ ସିଟରେ ନାମଲେଖା ଚାଲିଛି । ନାମଲେଖା ପାଇଁ ରାଜ୍ୟରେ ୨ଲକ୍ଷ ୨୩ହଜାର ୩୧୦ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ ।
ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୭୪ହଜାର୧୯୫ଜଣଙ୍କୁ ଚୟନ କରାଯାଇଥିଲା । ଏଥିରୁ ୯୨ହଜାର୬୧୦ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । କଳା ବିଭାଗରେ ୧ଲକ୍ଷ୫୨ହଜାର ସିଟ ପାଇଁ ୧ଲକ୍ଷ୮ହଜାର୪୮୩ଜଣଙ୍କୁ ଚୟନ କରାଯାଇଥିବା ବେଳେ୬୧ହଜାର୪୬୯ଜଣ ନାମଲେଖାଇଛନ୍ତି । ସେହିପରି ଫିଜିକାଲ ସାଇନ୍ସରେ ୪୫ହଜାର୯୮୭ସିଟ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୪ହଜାର୩୩୯ଜଣଙ୍କୁ ଚୟନ କରାଯାଇଥିଲା । ୧୦ହଜାର ୪୨୭ଜଣ ନାମଲେଖାଇଛନ୍ତି । ବାୟୋଲୋଜିକାଲ ସାଇନ୍ସ ପାଇଁ ୨୮ହଜାର ସିଟି ଥିବାବେଳେ ପ୍ରଥମ ମେରିଟ ଲିଷ୍ଟରେ ୧୮ହଜାର ୯୧୯ଜଣ ଚୟନ ହୋଇଥିଲେ । ମାତ୍ର ୭ହଜାର୧୫୬ଜଣ ନାମଲେଖାଇଛନ୍ତି । ସେହିପରି ବାଣିଜ୍ୟ ପାଇଁ ୩୫ହଜାର୨୫୨ ସିଟ ଥିବାବେଳେ ୧୭ହଜାର୨୧୭ଜଣଙ୍କୁ ନାମଲେଖା ପାଇଁ ଚୟନ କରାଯାଇଥିଲା । ଏଥିରୁ ୧୦ ହଜାର୨ଜଣ ନାମ ଲେଖାଇଛନ୍ତି । ଏ ସେଲଫ ଫାଇନାନ୍ସ ନାମଲେଖା ପାଇଁ୨୦୮୬ ସିଟ ଥିବାବେଳେ ୧୩୬୭ଜଣଙ୍କୁ ଚୟନ କରାଯାଇଥିଲା । ମାତ୍ର ୫୦୨ଜଣ ନାମଲେଖାଇଥିବା ବେଳେ ଅରାହୁରି ୧୫୮୪ସିଟ ବଳକା ରହିଛି ।