ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

କ୍ରାନ୍ତିକାରୀ ଯୁବକ ସଙ୍ଘ ତରଫରୁ ଚାନ୍ଦବାଲି ସ୍ଥିତ ଅମନ କନଭେନସନ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଅଶୋକ ମିଶ୍ର ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଶିବିରଟିକୁ ଉଦ୍ଘାଟନ କରିଥିଲେ l ଏହି ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱର ସ୍ଥିତ ହାଇଟେକ ମେଡିକାଲ ରୁ ବିଭିନ୍ନ ବିଭାଗ ର ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ରୋଗୀ ମାନଙ୍କର ଚିକିତ୍ସା କରିଥିଲେ l ମୋଟ 154 ଜଣ ରୋଗୀ ମେଡ଼ିସିନ, ଅସ୍ଥିସଲ୍ୟ, କାନ, ନାକ, ଗଳା ବିଭାଗ ରେ ଏହି ଶିବିର ରେ ଚିକିଶ୍ଚିତ ହୋଇଛନ୍ତି l କ୍ରାନ୍ତିକାରୀ ଯୁବକ ସଙ୍ଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଏହି ଶିବିର ଟିକୁ ସଫଳ ଭାବେ ପରିଚାଳନା କରିଥିବା ବେଳେ କ୍ରାନ୍ତିକାରୀ ଯୁବକ ସଙ୍ଘ ର ଏଭଳି ପ୍ରୟାସ କୁ ସ୍ଥାନୀୟ ବାସିନ୍ଦା ବେଶ ପ୍ରଶଂସା କରିଛନ୍ତି l