ଓଡିଶା: ଓଡିଶାର ମୌସୁମୀ ଦିନ କୁ ଦିନ ନୂଆ ମୋଡ ଆଡକୁ ଗତି କରୁଛି । ଓଡିଶାର ପାଣିପାଗ ସୂଚନା ଅନୁସାରେ ଓଡିଶା ବାସୀକୁ ହଳଦୀଆ ଚେତାବନୀ ଦିଆଯାଇଛି । ଗୋଟେ ଲଘୁଚାପ କମିନଥିବା ସମୟରେ ଆଉ ଏକ ଘୂର୍ଣ୍ଣିବଳୟର ଆଶଙ୍କା । ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ସୂଚନା । ୪ ଦିନ ଧରି ଲଗାଣ ବର୍ଷା ରହିବ । ଓଡିଶା ର ଅଧା ଜିଲ୍ଳା କୁ ହଳଦୀଆ ଚେତାବନୀ । ଆଇଏମଡି ସୂଚନା ଦେଇଛି ୪୮ ଘଣ୍ଟାମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ୍ ପ୍ରଚାର ହେବାର ସମ୍ଭାବନା ଅଛି । ହଳଦିଆ ଚେତାବନୀ: ନବରଙ୍ଗପୁର, ନୁଆପଡା, କାଲାହାଣ୍ଡି, ବୋଲାଙ୍ଗୀର , ମାଲକାନଗିରି, କୋରାପୁଟ, ରାୟାଗଡା, କାନ୍ଦାଲ, ଗଞ୍ଜାମ ସୋନେପୁର, ଅଙ୍ଗୁଲ, ଦେଓଗଡ, ବରଗଡ, ସମ୍ବଲପୁର, ଝାରସୁଗୁଡା ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।