ବହୁ ପ୍ରତୀକ୍ଷା ପରେ ବୋରିଗୁମ୍ମା ବ୍ଲକର କୁମୁଲି ବାଲିଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଲକ୍ଷାଧିକ ଲୋକଙ୍କ ସମାଗମରେ କୁମୁଲି ବାଲିଯାତ୍ରା ସମାପନ ହୋଇଛି । ଆଧୁନିକ ଯୁଗରେ ମଧ୍ୟ ମଣିଷ ଭୁଲିନି ନିଜର କଳା, ସଂସ୍କୃତି ଓ ପରମ୍ପରା । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କୁମୁଲି ଗାଁରେ ପାଳନ ହୋଇଛି ଆଦିବାସୀଙ୍କ ବିଶ୍ୱାସ ବହନ କରୁଥିବା ବାଲିଯାତ୍ରା । କୁମୁଲି ଗାଁରେ ନିଆରା ଢଙ୍ଗରେ ଏହି ଯାତ୍ରା ପାଳନ କରିଛନ୍ତି ପିଲା ଠୁ ବୟସ୍କ , ୧୨ ବର୍ଷ ପରେ ଏହି କୃଷି ଭିତ୍ତିକ ଐତିହାସିକ ବାଲିଯାତ୍ରାକୁ ବେଶ୍ ଧୁମ୍ ଧାମରେ ପାଳନ କରାଯାଇଛି । କୁମୁଲି ସହିତ ଆଖ ପାଖ ଗାଁରୁ ହଜାର ହଜାର ଲୋକ ରୁଣ୍ଡ ହୋଇ ୧୨ ବର୍ଷ ପରେ ପାରମ୍ପରିକ ରୀତି ନୀତିରେ ବାଜା ବାଜଣା ବାଣ ଫୁଟାଇବା ସହିତ ବିଭିନ୍ନ ଆଦିବାସୀ ଲୋକ ସଂସ୍କୃତି, ଆଦିବାସୀ ନୃତ୍ୟ, ପଟୁଆର କରି ନାଚ ଗୀତରେ ଧୁମରେ ଝୁମିଛନ୍ତି ଶ୍ରଦ୍ଧାଳୁ । ଏହି ଅବସରରେ ଆଦିବାସୀଙ୍କ ଦେବତା ଭିମା ଭିମାଣିଙ୍କୁ ପୂଜା କରାଯାଇଛି । ଏବଂ ଚାଷ କାର୍ଯ୍ୟ ଭଲ ହେବା ପାଇଁ ଗ୍ରାମ ଦେବତିଙ୍କୁ ପୁଜାଚନା କରାଯାଇଛି । ବିଶ୍ୱାସ ଅଛି କି ଯେ ଏହି ଏହି ଯାତ୍ରା ମାଧ୍ୟମ ରେ ପୂଜା ପାଠ କଲେ ଗ୍ରାମ ତଥା ଅଞ୍ଚଳ ର ଚାଷ କାର୍ଯ୍ୟ ଭଲ ହୁଏ ଏହା ସହିତ ବର୍ଷା କୁ ଚାଷୀକୁଳ ସ୍ବାଗତ କରନ୍ତି ।
ବାଲି ଘରୁ ବାଲି ଚାଙ୍ଗୁଡ଼ିରେ ଅଂକୁର ଶସ୍ୟ କୁ ଆଦିବାସୀ ମହିଳା ମାନେ ନିଜ ନିଜର ମୁଣ୍ଡରେ ବୋହି ନେଇଥିବା ବେଳେ ପୁରୁଷ ମାନେ ଚାଷ କାମରେ ବ୍ୟବହୃତ ହଳ, ଲଙ୍ଗଳ, କୋଡ଼ି, କୋଦାଳକୁ ବୋହି ଗ୍ରାମ ଦେବତିଙ୍କୁ ନଗର ପରିକ୍ରମା କରି ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମାରେ ବାହାରି ଧାର୍ଯ୍ୟ ସମୟ ଅନୁଯାୟୀ ଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇଛି।ବାଲିଯାତ୍ରା ର ମୂଖ୍ୟ ଉଦ୍ଧେଶ୍ୟ କିଛି ଦିନ ପୂର୍ବରୁ ବାଲିରେ ଶସ୍ୟ ଯାତ ଦ୍ରବ୍ୟ ଯଥା ଧାନ,ଗହମ,ମାଣ୍ଡିଆ,ମକା, ଶୁଆଁ ,ମୁଗ ,ବିରି ଆଦି ବୁଣା ଯାଏ ଯେଉଁ ଦିନ ସେହି ଦ୍ରବ୍ୟ ରୁ ଅଙ୍କୁର ଜାତ ହୁଏ ସେ ଦିନ ବାଲି ଯାତ୍ରା ଅନୁଷ୍ଠିତ ହୁଏ । ଏହି ପୂଜା କଲେ ଗାଈ ଗୋରୁ ସହିତ ଲୋକଙ୍କୁ କୌଣସି ରୋଗ ହୁଏ ନାହିଁ ଏବଂ ଚାଷ କାର୍ଯ୍ୟ ଭଲ ହୁଏ ଗାଁ ର ମଙ୍ଗଳ କାମନା ହୁଏ ବୋଲି ବିଶ୍ୱାସ ରହିଛି।