ବାଘୁଣୀ ‘ସାରା’ଅସୁସ୍ଥ

ଭୁବନେଶ୍ୱର: ନନ୍ଦନକାନନରେ ରହୁଥିବା ବାଘୁଣୀ ‘ସାରା’ ଅସୁସ୍ଥ ହୋଇଛି । ରକ୍ତହୀନତା ରୋଗରେ ଆକ୍ରନ୍ତ ହୋଇଛି ମହାବଳ ବାଘୁଣୀ । ବାଘୁଣୀ ସାରା କୁ ୧୭ବର୍ଷ ବୟସ ହୋଇଥିବା କୁହାଯାଉଛି । ବୟସାଧିକ କାରଣରୁ ସେ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ତାକୁ ସ୍ୱତନ୍ତ୍ର ଚାମ୍ବରରେ ରଖାଯାଇ ଚିକିତ୍ସା କରାଯାଉଥିବା ନନ୍ଦନକାନନ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ୨୦୦୯ ଏପ୍ରିଲରେ ସାରାକୁ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ଅଣାଯାଇଥିଲା । ଏବେ ମୋଟ ୨୭ଟି ବାଘ ନନ୍ଦନକାନନରେ ରହିଥିବା କୁହାଯାଉଛି ।