କଳାହାଣ୍ଡି : କଳାହାଣ୍ଡି ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ରେତ୍ ଡ୍ୟାମ୍କୁ ବୁଲିବାକୁ ଆସିଥିବା ବେଳେ ଅଘଟଣ । ଛତିକୁଡ଼ା ନିକଟସ୍ଥ ରେତ୍ ଡ୍ୟାମରେ ବୁଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଛାତ୍ର ଜଣଙ୍କ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସାଲୁ ପଣ୍ଡା। ଘର ଭବାନୀପାଟଣାରେ। ସାଲୁ ପଣ୍ଡା ବୁଡ଼ିଯିବା ଖବର ପାଇ ଘଟଣାସ୍ଥଳରେ ନର୍ଲା ଓ ଭବାନୀପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜେଖୋଜି ଜାରି ରଖିଛନ୍ତି।