ବାହାନଗା ରେଳ ଦୁର୍ଘଟଣା ପାଇଁ ଷ୍ଟେସନ ମାଷ୍ଟର ଦାୟୀ

ସିଗନାଲ ଓ ଟେଲିକମ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟିରୁ ଦୁର୍ଘଟଣା

ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣା ପାଇଁ ଷ୍ଟେସନ ମାଷ୍ଟର ଦାୟୀ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ସିଆରଏସ୍ ରିପୋର୍ଟରୁ । ସିଗନାଲ ଓ ଟେଲିକମ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି । ଟ୍ରାକରେ କୌଣସି ତ୍ରୁଟି ନଥିଲା । ଏଥିଲାଗି ମୁଖ୍ୟତଃ ଷ୍ଟେସନ୍ ମାଷ୍ଟର ଏସ ବି ମହାନ୍ତିଙ୍କୁ ଦାୟୀ କରାଯାଇଛି। ଏହାର ଆଧୁନିକୀକରଣ ଉପରେ ରେଳ କର୍ମଚାରୀମାନେ ଗୁରୁତ୍ବ ଦେଇନଥିଲେ। ଏଥିଲାଗି ଏଭଳି ଭୟାବହ ଦୁର୍ଘଟଣା ଘଟିଥିଲା।

ଅତୀତରେ ସିଗ୍‌‌ନାଲ ବ୍ୟବସ୍ଥା ମରାମତି ସମୟରେ ସିଗ୍‌‌ନାଲିଂ ସର୍କିଟ୍‌‌ ଏପଟ ସେପଟ କରାଯିବା ହେତୁ ଜୁନ୍‌‌ ୨ ତାରିଖ ସଂଧ୍ୟାରେ ତ୍ରୁଟିପୂର୍ଣ୍ଣ ସିଗ୍‌‌ନାଲ ମିଳିଥିଲା ଏବଂ କରମଣ୍ଡଳ ଟ୍ରେନ୍‌‌ ଭୁଲ ଲାଇନ୍‌‌ରେ ମାଡ଼ି ଯାଇ ଲୁପ୍‌‌ ଲାଇନ୍‌‌ରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ୀ ସହିତ ଧକ୍କା ଖାଇଥିଲା। ବାହାନଗା ବଜାର ଟ୍ରେନ୍‌‌ ଦୁର୍ଘଟଣାର ତଦନ୍ତ କରି ରେଳ ସୁରକ୍ଷା ଆୟୁକ୍ତ ରେଳବୋର୍ଡକୁ ଦେଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି।