ଆସନ୍ତା ୭ତାରିଖରେ ଶେଷ ହେବ ସିଏଚଏସଇ ଦ୍ୱାରା ପରିଚାଳିତ ଯୁକ୍ତ୨ ମୁଲ୍ୟାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର: ଅସନ୍ତା ୭ତାରିଖରେ ଶେଷ ହେବ ସିଏଚଏସଇ ଦ୍ୱାରା ପରିଚାଳିତ ୨୦୨୩ ଯୁକ୍ତ ୨ମୂଲ୍ୟାଙ୍କନ ପ୍ରକ୍ରିୟାର ଉଭୟ ଅଫଲାଇନ ଏବଂ ଅନଲାଇନ ଖାତର ଦେଖା । ତେବେ ଅଫଲାଇନ ମୂଲ୍ୟାଙ୍କନରେ ପ୍ରାୟ ୮୦% ଏବଂ ଅନଲାଇନ ଖାତାଦେଖାରେ ୮୫% ମୂଲ୍ୟାଙ୍କନ ଶେଷ ହୋଇଛି । ବିଶେଷ କରି ରାଜନୀତି ବିଜ୍ଞାନ ଉତ୍ତର ଖାତା ଦେଖିବା ଲାଗି ଯେଉଁ ଅଧ୍ୟାପକ ଏବଂ ଅଧ୍ୟାପିକା ଚୟନ କରାଯାଇଥିଲା ସେମାନଙ୍କ ମଧ୍ୟରୁ ଅଧିକାଂଶ ଖାତା ଦେଖିବାକୁ ଆସୁନଥିବା ଅଭିଯୋଗ ହୋଇଛି । ଫଳରେ ଏହି ବିଷୟରେ ମୁଲ୍ୟାଙ୍କରେ ବିଳମ୍ବ ହୋଇଛି । ତେବେ ମେ’ ୩୧ରେ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ । ସେହିପରି ଜୁନ ୧୦ ତାରିଖ ମଧ୍ୟରେ କଳା ଏବଂ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ପ୍ରକାଶ ପାଇବ ।