ଭୁବନେଶ୍ୱର:ରାଜ୍ୟରେ ଆହୁରି ୪ଦିନ ଲିଗିରହିବ କାଳବୈଶାଖୀ ଜନିତ ବର୍ଷା । ବିଜୁଳି ଘଡଘଡି ସହ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରିକରିଛି ଆଞ୍ଚଳିକ ପାଣି ପାଗ କେନ୍ଦ୍ର । ଜିଲ୍ଲାରେ ଘଡଘଡି ବିଜୁଳି ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଦକ୍ଷିଣ ଅଭ୍ୟନ୍ତରିଣ ଜିଲ୍ଲାରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା କାଲି କାଳବୈଶାଖି ଜନିତ ବର୍ଷା କମିବାର ସମ୍ଭାବନା ରହିଛି । ପୁଣି ବର୍ଷା କମିବାପରେ ବଢିବ ତାପମାତ୍ରା । ମେ’ ମାସରେ ଭିସଣ ଗରମ ଅନୁଭୂତ ହେବାର ପୂର୍ବାନୁମାନ କରିଛି ଭାରତିୟ ପାଣିପାଗ କେନ୍ଦ୍ର । କାଳବୈଶାଖି ପୂର୍ବରୁ ଯେପରି ତାତି ଅନୂଭୁତ ହେଉଥିଲା ସେହିଭଳି ତା ଠାରୁ ଅଧିକ ରହିବ ତାପମାତ୍ରା ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଗୁଜରାଟର ଅନେକ ଅଞ୍ଚଳରେ ଯିଟୱେବ ଅନୁଭୂତ ହେବ । ଅନ୍ୟପଟେ ମେ’ ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଲଘୁଚାପ କ୍ଷେତ୍ର କିନ୍ତୁ ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ଆକଳନ କରୁ ନାହାନ୍ତି