ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ…

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତରଫରୁ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଶିବିର କରଞ୍ଜମାଳ ପଞ୍ଚାୟତ ନିଗମାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଏହି ଶିବିର ଚାନ୍ଦବାଲି ଅଞ୍ଚଳରେ ଅନୁଷ୍ଠିତ କରାଯାଉଥିବା ବେଳେ ଚଳିତ ବର୍ଷ ପ୍ରଥମ କରି ଧାମରା ଅଞ୍ଚଳ ରେ ଶିବିରଟି ଆୟୋଜିତ କରାଯାଇଛି । ଏହି ଶିବିରରେ ମୋଟ 333 ଜଣ ଦିବ୍ୟାଙ୍ଗ ବ୍ୟକ୍ତି ବିଭିନ୍ନ ବିଭାଗରେ ଡାକ୍ତରୀ ପରୀକ୍ଷା କରାଇଛନ୍ତି ।

ଏହା ସହ ଘର ନଥିବା 7 ଜଣ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପାଇଁ ଆବେଦନ କରିଥିଲା ବେଳେ, ବସ ପାସ ପାଇଁ 14ଜଣ ଏବଂ ରାସନ କାର୍ଡ ପାଇଁ 9 ଜଣ ଦିବ୍ୟାଙ୍ଗ ବ୍ୟକ୍ତି ଆବେଦନ କରିଛନ୍ତି । ରାଜ୍ୟ ସରକାର ଙ୍କ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଆୟୋଜିତ ଏହି ଶିବିର ଟିକୁ ଚାନ୍ଦବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଜୀବ ମହାପାତ୍ର ରିବନ କାଟି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ କରଞ୍ଜମାଳ ପଞ୍ଚାୟତ ସରପଞ୍ଚ ରମେଶ ନାୟକ ଏବଂ ବିଭିନ୍ନ ବିଭାଗ ର ସରକାରୀ ଅଧିକାରୀ ଙ୍କ ମିଳିତ ପ୍ରୟାସ ରେ ଏହି ଭିନ୍ନକ୍ଷମ ଶିବିର ଟି ସୁଚାରୁ ରୂପେ ସମ୍ପୂର୍ଣ୍ଣ ହୋଇଛି ।