ସୂରଜକୁ ପାଞ୍ଚୋଲିକୁ କ୍ଲିନ ଚିଟ୍

ଅଭିନେତ୍ରୀ ଜିୟା ଖାନ୍ ଆତ୍ମହତ୍ୟା ଆଜି ‘ସିବିଆଇ’ର ସ୍ୱତନ୍ତ୍ର ଅଦାଲତ ସୂରଜ ପାଞ୍ଚୋଲି ଦୋଷମୁକ୍ତ କରିଛନ୍ତି

ଅଭିନେତ୍ରୀ ଜିୟା ଖାନ୍ ଆତ୍ମହତ୍ୟା ଆଜି ‘ସିବିଆଇ’ର ସ୍ୱତନ୍ତ୍ର ଅଦାଲତ ସୂରଜ ପାଞ୍ଚୋଲି ଦୋଷମୁକ୍ତ କରିଛନ୍ତି ।ବହୁ ଚର୍ଚ୍ଚିତ ବଲିଉଡ ଅଭିନେତ୍ରୀ ଜିୟା ଖାନ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ସୂରଜ ପାଞ୍ଚେଲିକୁ ପ୍ରମାଣ ଅଭାବରୁ ମୁମ୍ବାଇ ସିବିଆଇ କୋର୍ଟ ଦୋଷମୁକ୍ତ କରିଛନ୍ତି ।୨୦୧୩ ମସିହା ଜୁନ୍ ୩ ତାରିଖରେ ଜୁହୁସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିଲେ ଜିୟା ।ବୟଫ୍ରେଣ୍ଡ୍ ସୂରଜ ପାଞ୍ଚୋଲି ଏବଂ ଜିୟାଙ୍କ ମଧ୍ୟରେ ଥିବା ସମ୍ପର୍କରେ ସ୍ଥିରତା ନ ଥିଲା ବୋଲି ଜିୟା ଲେଖିଥିବା ଗୋଟାଏ ଚିଠିରୁ ଜଣାପଡ଼ିଥିଲା। ଏହି ମାମଲାର ପ୍ରମୁଖ ସାକ୍ଷୀ ଜିୟାଙ୍କ ମାଆ ରାବିୟା ଖାନ୍ ଅଦାଲତଙ୍କୁ କହିଥିଲେ ଯେ, ଏଇଟା ଆତ୍ମହତ୍ୟା ନୁହେଁ, ହତ୍ୟା ବୋଲି ତାଙ୍କର ହୃଦ୍ବୋଧ ହେଉଛି।୨୦୧୩ ଜୁନ୍ରେ ଗିରଫ ହୋଇଥିବା ସୂରଜଙ୍କୁ ୨୦୧୩ ଜୁଲାଇରେ ଜାମିନ ମଞ୍ଜୁର କରାଯାଇଥିଲା।ଜିୟାଙ୍କ ମୃତ୍ୟୁ ପରେ ମାମଲାରେ ଛନ୍ଦି ହୋଇ ପଡ଼ିଥିଲେ ସୂରଜ। ତାଙ୍କୁ ଅଭିନେତ୍ରୀଙ୍କ ମୃତ୍ୟୁ ପାଇଁ ଦାୟୀ କରାଯାଇଥିଲା ।ରାମ୍ ଗୋପାଳ ବର୍ମାଙ୍କ ଚଳଚ୍ଚିତ୍ର ‘ନିଶବ୍ଧ’ ଜରିଆରେ ମାତ୍ର ୧୮ ବର୍ଷ ବୟସରେ ଡେବ୍ୟୁ କରିଥିଲେ ଜିୟା।