ବସନ୍ତ କୁମାର ସାହୁ / ଝରୀଗାଁ: ଝରୀଗାଁ ବ୍ଲକ ବେଲଗାଁ ଗ୍ରାମପଂଚାୟତ ଅନ୍ତର୍ଗତ କର୍ମରୀଠାରେ ଜମିର କଲାରଙ୍କ ଘରୁ ଅଜଣା ଲୋକର ମୃତ ଠାବ ହୋଇଛି । ମୃତ ବ୍ୟକ୍ତିର ବୟସ ଚାଳିଶି ମଧ୍ୟରେ ହୋଇଥିବା ଅନୁମାନ କରାଯାଉଥିବା ବେଳେ ମୃତ ବ୍ୟକ୍ତି ଜଣକ ଡାବୁଗାଁ ବ୍ଲକ ତରେଙ୍ଗା ଗ୍ରାମର ବୋଲି ଜଣାପଡିଛି । ତେବେ ମୃତ ବ୍ୟକ୍ତିର ଶରୀର ର ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ଥିବା ମଧ୍ୟ ଦେଖିବାକୁ ମିଳିଛି, ତେବେ ସେ କାହିଁକି ଏଠାକୁ ଆସିଥିଲା ଏବଂ ତାର ମୃତ୍ୟୁ ପଛର କାରଣ ଖୋଜୁଛି ପୋଲିସ, ତେବେ ଘଟଣା ସ୍ଥଳରେ ଝରୀଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ତପନ କୁମାର ପତି ଏବଂ ଟିମ ଘଟଣା ସ୍ଥଳରେ ପହଂଚି ଏହାର ଛାନଭିନ ଆରମ୍ଭ କରିଛି , ତେବେ ଏହା ହତ୍ୟା କି ଅନ୍ୟକିଛି ଖବର ସଂଗ୍ରହ ସୁଦ୍ଧା ଜଣାପଡିନଥିବା ବେଳେ ମୃତ ବ୍ୟକ୍ତିର ପରିବାରକୁ ଖବର ଦିଆଯାବା ପରେ ପରିବାର ଲୋକେ ଝରୀଗାଁ ଥାନାରେ ଏଫ ଆଇ ଆର ଦାଖଲ କରିଛନ୍ତି ଏବଂ ଖୁବ ଶୀଘ୍ର ଘଟଣାର ସତ୍ୟତା ସାମ୍ନାକୁ ଆସିବ ବୋଲି ଆଶାକରାଯାଉଛି, ବର୍ତ୍ତମାନ ପୋଲିସ ପରିବାର ଲୋକଙ୍କୁ ଡାକି ପଚରା ଉଚରା ଜାରି ରଖିଛି ।