ଶୂନ୍ୟକାଳରେ ସରକାରଙ୍କୁ ଟାର୍ଗେଟ କଲେ ଜୟନାରାୟଣ ମିଶ୍ର

ଭୁବନେଶ୍ୱର:ଶୂନ୍ୟକାଳ ରେ ସରକାର ଙ୍କୁ ଟାର୍ଗେଟ କଲେ ଜୟନାରାୟଣ ମିଶ୍ର । ଉଠିଲା ଅଫିସର ଙ୍କ ବଦଳି ପ୍ରସଙ୍ଗ। ପ୍ରତ୍ୟେକ ଜିନିଷ ପାଇଁ ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ନୀତି ରହିବା ଆବଶ୍ୟକ । ଟ୍ରାନ୍ସଫର ଏବଂ ପୋଷ୍ଟିଂ ପାଇଁ ଗୋଟେ ନିୟମ ରହିଛି । ଗୋଟେ ବିଭାଗ କି ଗୋଟେ ଜାଗା ରେ ଜଣେ ଅଫିସର ଅଧିକ ରହିବା କଥା ନୁହେଁ । କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାପାଳ ସେହି ଜିଲ୍ଲାରେ 6 ବର୍ଷ ରୁ ଅଧିକ ସମୟ ରହିଲେଣି । କେନ୍ଦୁଝର ଜିଲ୍ଲାପାଳ ପ୍ରଶାସନ ର କାମ ଛାଡି ବେପାର କରିବାରେ ବ୍ୟସ୍ତ । ସେହିପରି ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥନ 2014 ରୁ 9 ବର୍ଷ ଧରି ଗୋଟିଏ ବିଭାଗ ରେ ରହିଛନ୍ତି । ଖାଦ୍ୟ ଯୋଗାଣ ସଚିବ ବିର ବିକ୍ରମ ଯାଦବ 2017 ରୁ ଗୋଟେ ବିଭାଗରେ ରହିଛନ୍ତି । ଯିଏ କି ପୂର୍ତ୍ତ ଓ ଶ୍ରୀ ମନ୍ଦିର ପ୍ରଶାସନ ଦାୟିତ୍ୱରେ ରହିଛନ୍ତି ।  ସେହିପରି ଗୋଟିଏ ଲୋକ ଏକାଧିକ ପୋଷ୍ଟ ରେ ରହିବା ବି ଅନୁଚିତ । ଅରୁଣ ବୋଥ୍ରା ଟ୍ରାନ୍ସପୋର୍ଟ କମିଶନର ଓ କ୍ରାଇମବ୍ରାଞ୍ଚ ର ଏଡ଼ିଜି ବି ରହିଛନ୍ତି । ସେହିପରି ଶୁସିଲ କୁମାର ଲୋହାନି ବି ପଂଚାୟତିରାଜ ସଚିବ ଓ ସିଇଓ ବି ରହିଛନ୍ତି । ଏଇଟା କଣ ମୋ ସରକାର ।  ଏଇଟା କଣ 5-T ବୋଲି ପ୍ରଶ୍ନ କଲେ  ବିରୋଧୀ ଦଳ ନେତା । ସେହି ପୋଷ୍ଟ ରେ ବ୍ୟକ୍ତି ଗତ ସ୍ୱାର୍ଥ ହାସଲ କରିଛନ୍ତି । ସରକାର ଏ ନେଇ ଗୃହରେ ବିବୃତି ରଖନ୍ତୁ । କହିଲେ ଜୟନାରୟଣ ମିଶ୍ର…ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ଉଠାଇଲେ ସମାନ ପ୍ରସଙ୍ଗ । ଗୋଟିଏ ସଚିବ ନଗର ଉନ୍ନୟନ ବିଭାଗ ରେ 9 ବର୍ଷ ରହିଲେଣି । ସେ କେବେ ବିଧାୟକ ମାନଙ୍କ ଫୋନ ଉଠାନ୍ତି ନାହିଁ । ସେ ବହୁତ ଆରୋଗାଣ୍ଟ । ବୁକ ସରକୁଲାର 47 କୁ ମାନୁ ନାହାନ୍ତି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯିଏ ଶ୍ରୀମନ୍ଦିର ପ୍ରଶାସନ ରେ ରହିବ ସେ କୌଣସି କାମ ରେ ରହିବନି । କିନ୍ତୁ ତାହା ବି ପାଳନ ହେଉନି । କେନ୍ଦୁଝର ଜିଲ୍ଲାପାଳ ଙ୍କ କଥା ନ କହିବା ହିଁ ଭଲ । ଖଣି ଅଛି ପଇସା ଅଛି । ତେଣୁ ତାଙ୍କୁ ବଦଳି କରାଯିବ ନାହିଁ । କାହିଁକି ନାଁ ଖଣି ପଇସା ରେ ଏ ସରକାର ଚାଲିଛି । କୋଇଡା ବିଡ଼ିଓ ତିନି ବର୍ଷ ହେବ ଗୋଟିଏ ସ୍ଥାନରେ ରହିଛନ୍ତି । ଘରେ ଅଫିସ ଚଳାଉଛନ୍ତି । 20 ରୁ 22 ପ୍ରତିଶତ ପିସି କାରବାର ହେଉଛି ।