ପାକିସ୍ତାନକୁ ଗୁପ୍ତ ତଥ୍ୟ ଲିକ୍ କରି ଗିରଫ ହେଲେ ଚାନ୍ଦିପୁର ଆଇଟିଆର୍ ବରିଷ୍ଠ ଅଧିକାରୀ

0

ଚାନ୍ଦିପୁର : ଡିଆର୍ଡିଓ ଅଧୀନରେ ଥିବା ଚାନ୍ଦିପୁର ସମନ୍ବିତ କ୍ଷେପଣାସ୍ତ୍ର ଘାଟିର ଜଣେ ବରିଷ୍ଠ ବୈଷୟିକ ଅଧିକାରୀଙ୍କ ବିରୋଧରେ ଆସିଛି ସଙ୍ଗିନ୍ ଦେଶଦ୍ରୋହ ଅପରାଧ ।ଏହି ଅଧିକାରୀ ଜଣକ ହେଉଛନ୍ତି, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଦେହୁର୍ଦ୍ଦା ଅଞ୍ଚଳ ବାଗପୁଞ୍ଜି ଗ୍ରାମର ବାବୁରାମ ଦେ। ପାକିସ୍ତାନର ଗୁଇନ୍ଦା ଏଜେନ୍ସି ‘ଆଇଏସଆଇ ଏହି ବରିଷ୍ଠ ବୈଷୟିକ ଅଧିକାରୀଙ୍କୁ ହନିଟ୍ରାପରେ ଫସାଇ ଭାରତର ସୁରକ୍ଷା ସମ୍ପର୍କିତ ତଥ୍ୟ ହାତେଇଥିବା ଅଭିଯୋଗ ହୋଇଛି। ଚାନ୍ଦିପୁର ଥାନା ପୁଲିସ ତାଙ୍କୁ ଗିରଫ କରିବା ସହ ଧାରା ୧୨୦-ଏ/୧୨୦-ବି/୩୪ ଆଇପିସି ସେକ୍ସନ୍ ୩,୪,୫, ୧୯୨୩ ଅଫିସିଆଲ୍ ସିକ୍ରେଟ୍ସ ଆକ୍ଟ ଓ ୨୫/୨୦୨୩ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିଲା । ଏହାପରେ ତାଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିଛି।