ରାଜ୍ୟରେ ବିଜେପି ହାରିଛି, ତେଣୁ ବିଜେଡି ଭୟବିତ ନୁହେଁ: ସୈାମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର:ଓଡିଶାରେ ଜେପି ନଡ୍ଡା । ବିଜେପିର ନେତା ଓ କର୍ମୀ ପହଞ୍ଚି କରିଛନ୍ତି ସ୍ୱାଗତ । ୨୦୨୪ ସାଧାରଣ ନିର୍ବାଚନ ନେଇ ଦଳକୁ ଗୁରୁମନ୍ତ୍ର ଦେବେ ଜେପି ନଡ୍ଡା । ସେପଟେ ନଡ୍ଡାଙ୍କ ଗସ୍ତକୁ ନେଇ ବିଜେଡି ବିଧାୟକ ସୈାମ୍ୟରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଜେପି ନଡାଙ୍କ ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ। ତାଙ୍କ ନିଜ ରାଜ୍ୟରେ ବିଜେପି ହାରିଛି। ତେଣୁ ବିଜେଡି ଭୟବିତ ନୁହେଁ। ବିଜେଡି ୫ ଥର ଲଗାତାର ନିର୍ବାଚନ ଜିତିଲାଣି। ତେଣୁ ନିର୍ବାଚନ ଜିତିବା ବିଜେଡିର ଅଭ୍ୟାସ ହୋଇ ଗୋଲାଣି। ଦଳ ବ୍ୟସ୍ତ କି ବିବ୍ରତ ନୁହେଁ । ତା ବୋଲି ଆତ୍ମ ସନ୍ତୋଷ କି ଅହଂକାର କରିବା ଠିକ୍ ନୁହେଁ ବୋଲି କହିଛନ୍ତି ବିଜେଡି ବିଧାୟକ ସୈାମ୍ୟ ରଞ୍ଜନ ପଟ୍ଟନାୟକ । । ଗତ ନିର୍ବାଚନରେ ବିଜେପି ଯେଉଁ ସଫଳତା ହାସଲ କରି ଥିଲା ତାହା କରି ପାରିବେ ନାହିଁ ସନ୍ଦେହ । କାରଣ ତାଙ୍କ ସହଯୋଗୀ ଦଳମାନେ ତାଙ୍କୁ ଛାଡି ସାରିଲେଣି। ସେ ୩୦୦ ରୁ ଅଧିକ ସିଟ ପାଇପାରିବେ ନାହିଁ ସେହି ଚିନ୍ତା ତାଙ୍କୁ ଘାରିଛି ।

ତେଣୁ ତାଙ୍କ ସଭାପତି ଦଳ ଦୁର୍ବଳ ଥିବା ସ୍ଥାନକୁ ଯାଉଛନ୍ତି। ରାଜନୈତିକ ଦଳର ପ୍ରଥମ ଲକ୍ଷ ହେଲା ଜନ ସାଧାରଣଙ୍କ ବିଶ୍ୱାସ ଜିତି କ୍ଷମତାକୁ ଆସିବା। ବିଭିନ୍ନ ବିକାଶ ମୂଳକ କାମକୁ କାର୍ଯ୍ୟକାରୀ କରିବା। ତେଣୁ ଏଥିରେ ଅସ୍ବଭାବିକତା କିଛି ନାହିଁ। ଯେମିତି ପରୀକ୍ଷା ପୂର୍ବରୁ ପ୍ରସ୍ତୁତିର ଆବଶ୍ୟକତା ଥାଏ  ନିର୍ବାଚନ ପୂର୍ବରୁ ମଧ୍ୟ ବିଭିନ୍ନ ଦଳ ପ୍ରସ୍ତୁତି କରନ୍ତି। ବିଜେପି ଜାତୀୟ ସ୍ତରରେ କ୍ଷମତାରେ ଅଛି।ପୁଣି ଥରେ କ୍ଷମତାକୁ ଆସିବାକୁ ଚେଷ୍ଟା କରିବେ। ତାଙ୍କର ସଭାପତି ଚାରିଆଡେ ବୁଲି ନିଜର ସଂଗଠନ ଦେଖୁଛନ୍ତି। ବିଜେଡି ମଧ୍ୟ ୨ ଦିନ ତଳେ ପୁରୀରେ ବୈଠକ କରିଥିଲା ଆଗକୁ ଆହୁରି କାର୍ଯ୍ୟକ୍ରମ କରିବ ଦଳ। ଏହା ଏକ ସ୍ଵଭାବିକ ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀ ମଧ୍ୟ ବିଭିନ୍ନ ଜିଲ୍ଲାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଗୋଟେ ଆଞ୍ଚଳିକ ଦଳର ସଭାପତି । ୫ ଥର ଲଗାତାର ଜିତିଲେଣି। ତାଙ୍କ ପରି କେହି ସଫଳତା ପାଇ ନାହାନ୍ତି। ତେଣୁ ଦଳ ଆହୁରି ଅଧିକ ସଫଳତା ପାଇବ ।