ଯୁବକର ମୃତ୍ୟୁକୁ ନେଇ ସନ୍ଦେହ

ସାଲେପୁର: ଯୁବକ ର ଆତ୍ମହତ୍ୟା ନାଁ ହତ୍ୟା ସାଲେପୁର ଥାନାରେ ଅଭିଯୋଗ।  ଯୁବକ ଜଣକ ହେଲେ  ବାରବାରି ଗାଁର ନବୀନ କାଣ୍ଡି ପୁଅ ବାପିନା କାଣ୍ଡି । ବୟସ କୋଡିଏ।  ଘଟଣା ଘଟିଛି ସାଲେପୁର ଥାନା ଶଙ୍କରପୁର ମାମୁଁଘର ଗାଁରେ। ପିଲାବେଳୁ ଶଙ୍କରପୁର ଗାଁରେ ମାମୁଁ ଘରେ ରହି ଆସୁଥିଲେ। ଗତକାଲି ରାତିରେ କ୍ରାତ୍ତିକେଶ୍ୱର ଭସାଣି ହେଉଥିବା ବେଳେ ଶଙ୍କରପୁର ଗାଁରେ ହୋଇଥିଲା ଗଣ୍ଡଗୋଳ।

ମିଟୁ. ଚଇନସେଠି , ମଇନସେଠି   ଵାପିନକୁ ଘରେ ଆସି ଅଶ୍ଳିଲ  ଭାଷାରେ ଗାଳିକରି ବାଡାବାଡ଼ି କରିଥିଲେ।  ବିଳମ୍ବିତ ରାତିରେ  ଘରଲୋକ ଦେଖିଥିଲେ ଯେ ଵାପିନ ଘରେ ଫ୍ୟାନରେ ଝୁଲୁ ଥିବାର।  ଏନେଇ ଘରଲୋକ ସାଲେପୁର ଥାନାରେ ଅଭିଯୋଗ ଆଣିଛନ୍ତି ଯେ ମୋପୁଅକୁ ମାରି ଦେଇଛନ୍ତି ବୋଲି l ଘଟଣା ସ୍ଥଳରେ ପୋଲିସ ପହଂଚି ଶବକୁ ଜବତକରି ଅଧିକ ତଦନ୍ତ ଜାରିରଖିଛନ୍ତି ।