ଶେଷ ହୋଇଛି ୧୭ ତମ ରାଉଣ୍ଡ ; ବିଜେପି ପ୍ରାର୍ଥୀ ସୂରଜ ସୂର୍ୟ୍ୟବଂଶୀ ଆଗୁଆ

ଧାନମନଗର: ଧାନମନଗର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି। ଶେଷ ହୋଇଛି ୧୭ ତମ ରାଉଣ୍ଡ। ଆଉ ୧୭ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ୟ୍ୟବଂଶୀ ଆଗୁଆ ରହିଛନ୍ତି। ସୂରଜଙ୍କୁ ସମୁଦାୟ ୭୫୨୩୯ ଖଣ୍ଡ ଭୋଟ ମିଳିଥିବା ବେଳେ ଅବନ୍ତୀଙ୍କୁ ୬୬୪୧୪ ଖଣ୍ଡ ଭୋଟ ମଳିଛି।

୧୭ ତମ ରାଉଣ୍ଡରେ …

ଅବନ୍ତୀଙ୍କୁ ମିଳିଛି ୩୪୪୦ ଖଣ୍ଡ ଭୋଟ

ସୂରଜଙ୍କୁ ମିଳିଛି ୪୨୯୩ ଖଣ୍ଡ ଭୋଟ

ବାବା ହରେକ୍‌ଷ୍ଣଙ୍କୁ ମିଳିଛି ୧୫୬ ଖଣ୍ଡ ଭୋଟ

ରାଜେନ୍ଦ୍ର ଦାସଙ୍କୁ ମିଳିଛି ୩୧୧ ଖଣ୍ଡ ଭୋଟ

ପବିତ୍ର ମୋହନ ଦାସଙ୍କୁ ମିଳିଛି ୨୦ ଖଣ୍ଡ ଭୋଟ

୧୪ ଟି ଟେବୁଲରେ ୧୮ ରାଉଣ୍ଡରେ ଭୋଟ ଗଣତି କରାଯିବ । ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କାଉଣ୍ଟିଂ ପରେ ୫ଟି ବୁଥର ଭିଭିପିଏଟିକୁ ମେଳ କରାଯିବ । ପୂରା ପ୍ରକ୍ରିୟା ନିରୀକ୍ଷଣ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ଅବଜରଭର ନିଯୁକ୍ତ ହେବେ । ପ୍ରତି କାଉଣ୍ଟିଂ ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଟ ସୁପରଭାଇଜର ଓ ଜଣେ ମାଇକ୍ରୋ ଅବ୍‌ଜରଭର ରହିବେ । ଭୋଟ ଗଣତି ପାଇଁ ସୁରକ୍ଷା କଡ଼ାକଡ଼ି । ୧୦ ପ୍ଲାଟୁନ ଷ୍ଟେଟ ଆର୍ମଡ ଫୋର୍ସ ଓ ରାଜ୍ୟ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗଣତି ପାଇଁ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ପରିସରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।