ଆସନ୍ତାକାଲି କଂଗ୍ରେସକୁ ମିଳିବ ନୂଆ ସଭାପତି

ବ୍ୟୁରୋ:ଭାରତର ବରିଷ୍ଠ ଦଳ ତଥା ଜାତୀୟ କଂଗ୍ରେସ ପଲିଟିକ୍ସି ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଦଳର ସଭାପତି ନିର୍ବାଚନ ପାଇଁ ଦୀର୍ଘ ଦିନ ଧରି ଚାଲିଥିଲା କଷରତ । ଗତକାଲି ଏ ନେଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଉଭୟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇସାରିଛି । କେବଳ ଫଳାଫଳକୁ ଅପେକ୍ଷା । ଏହି ନିର୍ବାଚନରେ ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶୀ ଥରୁର ପ୍ରତିଯୋଗିତା କରୁଥିଲେ । ଗତଜକାଲି ପ୍ରତ୍ୟେକ ରାଜ୍ୟର ପିସିସି ହେଡକ୍ୱାଟରରେ ମତଦାନ ଗ୍ରହଣ କରାଯାଇଥିଲା । ସର୍ବମୋଟ ୯୫୦୦ ସଦସସ୍ୟ ଓ ସଦସ୍ୟା ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

ଭୋଟ ହାର ୯୬ ପ୍ରତିଶତରେ ସୀମିତ ରହିଛି । ଏହି ନିର୍ବାଚନ ଅତ୍ୟନ୍ତ ଶୃଙ୍ଖଳିତ ଓ କଡାକଡି ସୁରକ୍ଷା ଭିତରେ ପରିଚାଳିତ ହୋଇଛି ଏବଂ ଏହି ନିର୍ବାଚନ ପରିଚାଳନା ଅନ୍ୟ ଦଳ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ଅଭିବ୍ୟକ୍ତ କରିଛନ୍ତି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ଅଧକ୍ଷ୍ୟ ମଧୁସୂଦନ ମିସ୍ତ୍ରୀ । ଗତକାଲି ସକାଳ ୧୦ ଟାରୁ ଅପହରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ ପକ୍ରିୟା ଜାରି ରହିଥିଲା । ନୂଆଦିଲ୍ଲୀର ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ସମେତ ୮୭ ଜଣ ଭୋଟ ଦେଇଥିଲେ । ଅକ୍ଟୋବର ୧୯ ତଥା ଆସନ୍ତା କାଲି ଏହାର ଫଳାଫଳ ପ୍ରକାଶ ପାଇବ । ଏହା ପରେ କଂଗ୍ରେସକୁ ମିଳିବ ଏକ ଅଣଗାନ୍ଧି ସଭାପତି । ତେବେ ଏହି ଫଳାଫଳକୁ ନେଇ ଦେଶବାସୀଙ୍କ ଭିତରେ ରହିଛି ଅନେକ ଉତ୍ସାହ ।