ଆଜି ସାରାଦେଶ ପାଳନ କରୁଛି ୭୬ତମ ସ୍ୱାଧୀନତା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତାର ୭୫ବର୍ଷ ମଧ୍ୟରେ ଦେଶ କିମ୍ବା ରାଜ୍ୟ ଯେଉଁ ଅଗ୍ରଗତି କରିଛନ୍ତି ତାହା ଉପରେ ଆଲୋକପାତ କରିଛନ୍ତି ।ଏହି ସଫଳତା ସହିତ ଆମର ଗର୍ବ କରିବାର କାରଣ ଅଛି । ଆମେ ପ୍ରତ୍ୟେକ କ୍ଷେତ୍ରରେ ଲୋକଙ୍କ ସହେଯାଗରେ ଆଗକୁ ବଢୁଛୁ ।ଆମକୁ ଟେକ ବଜାୟ ରଖିବା ଏବଂ ରାଜ୍ୟ ତଥା ଦେଶପାଇଁ ଅଧିକ ପ୍ରଗତି ଆଣିବା ଆବଶ୍ୟକ ରହିଛି ।ଦୁର୍ନୀତିର ମୁକାବିଲା ପାଇଂ ପ୍ରଧାନମନ୍ତ୍ରି କହିଛନ୍ତି ଦୁର୍ନିତି ଏକ ବ୍ୟାଧି ହୋଇଗଲାଣି ।ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେଇଚାଲିଛନ୍ତି ତାହା ସହ ଆଗଧାଡିର ରାଜ୍ୟ ଭାବେ ଉଭା ହୋଇଛି ।ଶିଳ୍ପ ବୃଦ୍ଧି ପାଉଛି ଏବଂ କୃଷିର ବିକାଶ ହେଉଛି କେବଳ ସେତିକି ନୁହେଁ ରାଜ୍ୟକୁ ସମୃଦ୍ଧ କରିବା ପାଇଁ ଦାରିଦ୍ର୍ୟ ଦୂରିକରଣ ପାଇଁ ଅନେକ ପଦେକ୍ଷେପ ନିଅଯାଉଛି । ତେବେ ରାଜ୍ୟକୁ ଅଧିକ ଉଚ୍ଚକୁ ନେବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ ।ଏହି ସ୍ୱାଧୀନତା ଦିବସରେ ଆମ ଦେଶକୁ ଆହୁରି ଆଗକୁ ନେବାରେ ଆମେ ସମସ୍ତେ ସହାୟକ ହେବା । ଏହି ସ୍ୱାଧିନତା ଦିବସରେ ଆମର ଆନନ୍ଦିତ ହେବାର ଯଥେଷ୍ଟ କାରଣ ରହିଛି । ଆଗକୁ ମଧ୍ୟ ପ୍ରତି ସ୍ୱାଧିନତା ଦିବସ ପାଇଁ ଆମେ ଏଭଳି ଆନନ୍ଦିତ ହେଉଥିବା ଆବଶ୍ୟକ ।