ଆଜି ଦଶମୀ : ପ୍ରଭୁ ଅଲାରନାଥଙ୍କ ପୀଠରେ ପ୍ରବଳ ଭିଡ଼

ଦଶମ ଦିନରେ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ।

(ବ୍ରହ୍ମଗିରି) : ଦଶମ ଦିନରେ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ। ଆଜି ଭୋର ୪ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ୪ଟା ୧୫ରେ ମଙ୍ଗଳ ଆଳତୀ ହୋଇଥିଲା। ଆଜି ମଙ୍ଗଳ ଆଳତୀ ଦେଖିବାକୁ ଭକ୍ତଙ୍କ ଭିଡ଼ ହୋଇଥିଲା। ତେବେ ଅଲାରନାଥ ପୀଠରେ ନାରାୟଣଙ୍କୁ ଦର୍ଶନ କରୁଛନ୍ତି ଜଗନ୍ନାଥ ଭକ୍ତ ।

ତାପରେ ତଡ଼ପଲାଗି, ଅବକାଶ, ବେଶ ଏବଂ ଗୋପାଳବଲ୍ଲଭ ସରିବା ପରେ ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଏବେ ଦ୍ଵିତୀୟ ଶ୍ରୀକ୍ଷେତ୍ର ପାଲଟିଥିବା ବ୍ରହ୍ମଗିରିର ଅଲାରନାଥ ପୀଠକୁ ଭକ୍ତମାନଙ୍କ ପ୍ରବଳ ଭିଡ଼ ଲାଗୁଛି।

ସୂଚନାନୁଯାୟୀ , ଚଳିତ ବର୍ଷ ଶୃଙ୍ଖଳିତ ଦର୍ଶନ , ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ସହ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ବ୍ୟାରିକେଡ୍ ନିର୍ମାଣ ଓ ନୀତିକାନ୍ତି ସେବାପୂଜା ସୁରୁଖୁରୁରେ ଚାଲିଛି । ଦୀର୍ଘ ୨ ବର୍ଷ ହେବ ପ୍ରଭୁ ଅଲରାନାଥଙ୍କ ଅନବସର ଦର୍ଶନ କରି ପାରି ନ ଥିବା ଶ୍ରଦ୍ଧାଳୁ ଏଥର ପ୍ରଭୁଙ୍କ ଦର୍ଶନ ନିମନ୍ତେ ବେଶ ଉତ୍ସାହିତ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।