ହଠାତ ହୁତୁହୁତୁ ହୋଇ ଜଳିଗଲା ମାଛ ବୋଝେଇ ଟ୍ରକ୍

ଜଳିଗଲା ମାଛ ବୋଝେଇ ଟ୍ରକ୍।

(ଖଲ୍ଲିକୋଟ) :  ଜଳିଗଲା ମାଛ ବୋଝେଇ ଟ୍ରକ୍। ଘାଟିରୁ ୩୦ ଫୁଟ୍‌ ତଳକୁ ଖସିବା ପରେ ମାଛ ବୋଝେଇ ଟ୍ରକଟି ଜାଳି ନଷ୍ଟ ହୋଇଯାଇଛି । ଏପରି ସଡ଼କ  ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବଡ଼ଘାଟିରେ।  ତେବେ ସବୁଠାରୁ ଅଶ୍ଵସ୍ତି ଜଣକ କଥା ହେଉଛି ଯେ ଏତେ ବଡ଼ ଦୁଃଘଟଣାରୁ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

 

ସୂଚନାନୁଯାୟୀ ,  ଆଜି ସକାଳେ ଏକ ମାଛ ବୋଝେଇ ଟ୍ରକ୍‌ଟି  ଆନ୍ଧ୍ରରୁ ମାଛ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏହି ସମୟରେ ବଡ଼ଘାଟିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ୩୦ ଫୁଟ୍‌ ତଳକୁ  ଖସି ପଡ଼ିଥିଲା। ପରେ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ଟ୍ରକ୍‌ଟି ହୁତୁହୁତୁ ହୋଇ ଜଳି ଯାଇଥିଲା।   ଡ୍ରାଇଭର ଓ ହେଲପର ନିଆଁ ଲାଗିଯାଇଥିବା ଦେଖି ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ିଥିଲେ। ସେମାନସୁରକ୍ଷିତ ଅଛନ୍ତି । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।