ଘର ଭିତରେ ବିସ୍ଫୋରଣ ୬ ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେହୁରବାଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏଥିରେ ୬ ଜଣ ଆହତ ହୋଇଥିବା ଜଣାପଡିଛି । ପ୍ରଥମେ ସମସ୍ତ ଆହତଙ୍କୁ କୋଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସମ୍ପୃକ୍ତ ଗାଁର ଦଣ୍ଡପାଣି ବେହେରାଙ୍କ ଘରେ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ କରି ରଖାଯାଇଥିଲା । ବାଣ ତିଆରି ବେଳେ ଅବସାବଧାନତା ବଶତଃ ଘରେ ବିସ୍ଫୋରଣ ଘଟିଥିଲା । ତେବେ ଖବର ପାଇ କୋଦଳା ଥାନାଧିକାରୀ ଓ ପୁରୁଷୋତ୍ତମପୁର ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।