ବରୀ (ସତ୍ୟଜିତ୍ ବାରିକ ) :- ଆଜି ବରୀ ରେ ଏକ ଆକ୍ସିସ ବ୍ୟାଙ୍କ୍ ର ଶାଖା ଉଦଘାଟିତ ତ ହୋଇଯାଇଛି । ଯାଜପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାଖାଟିକୁ ଉଦଘାଟନ କରିଛନ୍ତି । ବରୀ ଠାରୁ 25 କିମି ଦୂର ଯାଜପୁର ଟାଉନରେ ଏହାର ଶାଖା ଥିବାରୁ ବରୀ ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଆଜି ଏହା ବରୀରେ ଖୋଲିବା ଦ୍ଵାରା ଲୋକ ମାନେ ବହୁ ସୁବିଧା ସୁଯୋଗ ପାଇ ପାରିବେ ସରକାରଙ୍କ ସବୁ ଯୋଜନା ଗୁଡିକ ବ୍ୟାଙ୍କ୍ ଆକାଉଣ୍ଟରୁ ସିଧା ସଳଖ ଲୋକ ମାନଙ୍କ ପାଖକୁ ଯାଉଛି ।
ଏହି ବ୍ରାଞ୍ଚ ଖୋଲିବା ଦ୍ବାରା ଲୋକ ମାନେ ଏହାର ସୁଯୋଗ ନେବେ । ଏହା ଛଡା କୃଷି ଋଣ, କାର, ମଟର ସାଇକେଲ ଗୃହ ଆଦି ଋଣ ର ବ୍ୟବସ୍ଥା ରହିବା ସହ ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ । ଏସ୍ ଏଚ ଜି ମାଧ୍ୟମ ରେ ଋଣ ପ୍ରଦାନ କରିବ ବୋଲି ଆକ୍ସିସର କ୍ଲଷ୍ଟର ହେଡ ଜଗଦୀଶ ପଟ୍ଟନାୟକ କହିଛନ୍ତି। ଆଜିର ଉଦ୍ଘାଟନ ଉତ୍ସବ ରେ ବରୀ ବିଡ଼ିଓ ଶିବାନନ୍ଦ ସ୍ୱାଇଁ, ତହସିଲଦାର ମାନସ ଭୋଇ, ଅତିରିକ୍ତ ତହସିଲଦାର ଭାନୁମତୀ ମାଝୀ, ଆକ୍ସିସ ବ୍ୟାଙ୍କ୍ର ଅଭିଯୋଗ ମୁଖ୍ୟ ସତ୍ୟଭୂଷଣ ରାଉତ କ୍ଲଷ୍ଟର ସେଲ୍ସ ହେଡ ସତ୍ୟଜିତ ପୁହାଣ ଶାଖା ପରିଚାଳକ ବିଶ୍ୱଜିତ୍ ମହାପାତ୍ର, ବିଶ୍ଵ ବିକ୍ରମ ବିଶ୍ଵାଳ ଙ୍କ ସମେତ ରତଳାଙ୍ଗ ସରପଞ୍ଚ ବନ୍ଦନା ବିଶ୍ଵାଳ ବରୀ ସରପଞ୍ଚ ସୋନାଲି ସିଂ ଶାଖାର ସମସ୍ତ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।