ଛାତ୍ରଛାତ୍ରୀଙ୍କ ପାଇଁ ଘୋଷଣା ହେଲା ମାଟ୍ରିକ ପରୀକ୍ଷା ସୂଚୀ, ଜାଣନ୍ତୁ କଣ ରହିଛି ଜାଣନ୍ତୁ ପରୀକ୍ଷାର ଟିକନିଖ୍ ସୂଚନା …
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ବିଭାଗର ବଡ଼ ଖବର । ମାଟ୍ରିକ୍ ପରୀକ୍ଷାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତିଙ୍କ ପ୍ରେସ୍ମିଟ୍ । ମାଟ୍ରିକ ପରୀକ୍ଷାର ସମୟସୀମା ଓ କେତେ ମାର୍କର ପରୀକ୍ଷା ହେବ ସେନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ଆଜି ସୂଚନା ପ୍ରଦାନ କରାଯାଇଛି । ଆସନ୍ତା ଏପ୍ରିଲ ୨୯ ତାରିଖରୁ ମେ ୭ ତାରିଖ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା । ତେବେ ଚଳିତ ବର୍ଷ ସବମେଟିଭ ଆସେସମେଣ୍ଟ -୨ ପରୀକ୍ଷା ସବୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ବାଧ୍ୟତାମୂଳକ କରାଯାଇଛି ।ତେବେ ପ୍ରତ୍ୟକ ବିଷୟ ପାଇଁ ଛାତ୍ରଛାତ୍ରୀଙ୍କ ନିକଟରେ ୨ ଘଣ୍ଟା ସମୟ ରହିଥିବା ସମୟରେ କେବଳ ଗଣିତ ବିଷୟ ପାଇଁ ୨ ଘଣ୍ଟା ୧୫ ମିନିଟ୍ ସମୟ ରହିବ ।
ସୂଚନା ଅନୁଯାୟୀ, ସମ୍ପୂର୍ଣ୍ଣ ପରୀକ୍ଷା ୮୦ ମାର୍କ ବିଶିଷ୍ଟ ହେବ । ଏଥିରେ ୫୦ ମାର୍କ ସଂକ୍ଷିପ୍ତ ଉତ୍ତର ମୂଳକ ଏବଂ ୩୦ ମାର୍କ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନକୁ ନେଇ ପରୀକ୍ଷା କରାଯିବ । ଏହାଛଡ଼ା ସଂକ୍ଷିପ୍ତ ଉତ୍ତରମୂଳକ ୫୦ ମାର୍କ OMR ସିଟ୍ରେ ପରୀକ୍ଷା ଦେବେ । ଦୀର୍ଘ ଉତ୍ତରମୂଳକ ୩୦ ମାର୍କ ପରୀକ୍ଷାର୍ଥୀ ମିଳିଥିବା ବୁକ୍ ଲେଟ୍ରେ ଦେବେ । ସେହିଭଳି ଚଳିତଥର ଦୁଇଟି ସିଟିଂରେ ଏହି ପରୀକ୍ଷା ହେବ ।
ତେବେ ମାଟ୍ରିକ ଛାତ୍ରଛାତ୍ରୀ କେବଳ ପ୍ରଥମ ସିଟିଂରେ ହିଁ ପରୀକ୍ଷା ଦେବେ । ସେହିଭଳି ମଧ୍ୟମା ଓ ଓପନ ସ୍କୁଲର ଛାତ୍ରଛାତ୍ରୀଙ୍କର ପ୍ରାକ୍ଟିକାଲ ପରୀକ୍ଷା ଦ୍ୱିତୀୟ ସିଟିଂରେ ହେବ । ପ୍ରଥମ ସିଟିଂର ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଦ୍ୱିତୀୟ ସିଟିଂର ପରୀକ୍ଷା ସକାଳ ୧୧ଟାରେ ଆରମ୍ଭ ହେବ । ଭୋକେସନାଲ ଟ୍ରେଡସ ଓ ଟିଏଲଭିକୁ ଛାଡିଦେଲେ ଅନ୍ୟ ସବୁ ବିଷୟର ପରୀକ୍ଷା ୮୦ ମାର୍କର ହେବ ।