ପୌରନିର୍ବାଚନ ସମୟରେ ବିଭିନ୍ନ ସମସ୍ୟାକୁ ନେଇ ଲୋକମାନଙ୍କ ପ୍ରତିବାଦ

ତାଳଚେର:: ଏବେ ପୌର ନିର୍ବାଚନ ଦିନକୁ ଦିନ ସରଗରମ ହେଉଥିବା ବେଳେ ତାଳଚେର ପୌରପରିଷଦ ୱାର୍ଡ ନଂ 12  ରେମୁଆଁରେ ବିଭିନ୍ନ ସମସ୍ୟାକୁ ନେଇ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା l  ଏହି ୱାର୍ଡ ଦେଇ ଯାଇଥିବା ରାସ୍ତାରେ ଅନବରତ  ପୋଚ ପାଣି ଯିବା ଦ୍ୱାରା ଜନସାଧାରଣ ଯିବା ଆସିବରେ ନାହିଁ ନଥିବା ଅସୁବିଧାର ସମୁଖୀନ ହେବା ସହିତ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହୋଇଛି l

ଏହିଭଳି ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ଏହି ୱାର୍ଡ ବାସି  ଏକଜୁଟ ହୋଇ ଅଜୟ ରଂଜନ ଦାସ ଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା କରlଇଛନ୍ତି l ତାଙ୍କୁ ବିଜୁଳି ବଲ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସେ ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି l