ଜୁନିୟର ପୁରୁଷ ହକି ଦଳର ନୂଆ କୋଚ୍ ଫ୍ରାନ୍ସର ଫ୍ରେଡେରିକ୍ ସୋୟେଜ୍‌

ଭାରତୀୟ ଜୁନିୟର ପୁରୁଷ ହକି ଦଳର ନୂଆ କୋଚ୍ ଭାବରେ ଫ୍ରାନ୍ସର ଫ୍ରେଡେରିକ୍ ସୋୟେଜ୍‌ଙ୍କୁ ଚୟନ କରାଯାଇଛି । ସେ ଦୁଇ ଥରର ଅଲିମ୍ପିକ୍ ପଦକ ବିଜେତା ପି.ଆର୍. ଶ୍ରୀଜେଶଙ୍କ ସ୍ଥାନ ନେବେ । ପୂର୍ବତନ ଷ୍ଟାର୍ ଗୋଲକିପର ଶ୍ରୀଜେଶଙ୍କ ଚୁକ୍ତି ଗତ ବର୍ଷ ଚେନ୍ନାଇ ଏବଂ ମଦୁରୈରେ ଆୟୋଜିତ ଏଫ୍‌ଆଇଏଚ୍  ଜୁନିୟର ବିଶ୍ୱକପ୍‌ରେ କାଂସ୍ୟ ପଦକ ଜିତିବା ପରେ ତାଙ୍କ ଚୁକ୍ତି ଶେଷ ହୋଇଯାଇଥିଲା । ହକି ଇଣ୍ଡିଆ ଶ୍ରୀଜେଶଙ୍କ ଚୁକ୍ତିର ନବୀକରଣ କରିନାହିଁ । ସୋସିଆଲ ମିଡିଆରେ ଏକ ତିକ୍ତ ପୋଷ୍ଟ ମାଧ୍ୟମରେ ଶ୍ରୀଜେଶ ନିଜର ନିରାଶା ପ୍ରକାଶ କରି ବୁଧବାର କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପାଞ୍ଚଟି ଟୁର୍ଣ୍ଣାମେଣ୍ଟରୁ ପାଞ୍ଚଟି ପଦକ ଜିତିବା ସତ୍ତ୍ୱେ ତାଙ୍କ ଚୁକ୍ତି ଅବଧି ବଢ଼ାଗଲା ନାହିଁ । କିନ୍ତୁ ହକି ଇଣ୍ଡିଆ ଯୁକ୍ତି ବାଢ଼ିଛି ଯେ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ଭାରତର ଆକାଂକ୍ଷା ଅନୁଯାୟୀ ଏକ ସ୍ଥାୟୀ ଏବଂ ଉଚ୍ଚ ମାନର ପ୍ରଦର୍ଶନକାରୀ ଇକୋସିଷ୍ଟମ ତିଆରି କରିବାର ଦୀର୍ଘକାଳୀନ ଦୂରଦୃଷ୍ଟିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

Latest Hockey News and Updates - Hockey India