କମ୍ପ୍ୟୁଟର ଆଧାରିତ ହେବ ନିଟ୍ ପରୀକ୍ଷା

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ଯେ ଆସନ୍ତା ବର୍ଷରୁ NEET UG ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ। ପରୀକ୍ଷାରେ ହୋଇଥିବା ଅନିୟମିତତା ଉପରେ ସ୍ପଷ୍ଟୀକରଣ ଦେଇ ସେ କହିଛନ୍ତି ଯେ ସରକାର “ଦୁର୍ବ୍ୟବହାର ପ୍ରତି ଶୂନ୍ୟ ସହନଶୀଳତା” ରଖିଛନ୍ତି। NEET UG 2026 ପରୀକ୍ଷା ପେପର ଲିକ୍ ପରେ ହୋଇଥିବା ପ୍ରବଳ ହଙ୍ଗାମାର କିଛି ଦିନ ପରେ ତାଙ୍କର ଏହି ଘୋଷଣା ଆସିଛି। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଏହାର ମୂଳ କାରଣ OMR ଥିଲା ତେଣୁ ଆସନ୍ତା ବର୍ଷରୁ ପରୀକ୍ଷା କମ୍ପ୍ୟୁଟର-ଆଧାରିତ ପରୀକ୍ଷା (CBT) ମୋଡରେ ଅନୁଷ୍ଠିତ ହେବ।” ନିଟ୍-ୟୁଜି ପରୀକ୍ଷା ପାଇଁ ନିଜର ସୁବିଧା ଅନୁସାରେ ସହର ଚୟନ ପାଇଁ ୧ ସପ୍ତାହ ସମୟ ମିଳିବ ।

ଆଡମିଟ୍ କାର୍ଡ ଜୁନ୍ ୧୪ରେ ଜାରି ହେବ । ସରକାରଙ୍କ ପ୍ରାଥମିକତା ହେଉଛି ଛାତ୍ରଛାତ୍ରୀଙ୍କ କଲ୍ୟାଣ । ଏହି ପରୀକ୍ଷା ମାଫିଆ ଏବଂ ଅସାମାଜିକ ଲୋକ ପାଇଁ ଏକ ଲଢେଇ । ସରକାର ଏହାର ଯାଞ୍ଚ ସିବିଆଇକୁ ଦିଆଯାଇଛି । ନିଟ୍ ୟୁଜି ପରୀକ୍ଷା ଏବେ ଜୁନ୍ ୨୧ ତାରିଖରେ ପୁନଃନିର୍ଦ୍ଧାରିତ ହେବ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଶୁକ୍ରବାର ନୂତନ ପରୀକ୍ଷା ତାରିଖ ଘୋଷଣା କରିଛି । ଏହି ପରୀକ୍ଷା ପୂର୍ବରୁ ମେ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା । କିନ୍ତୁ ପେପର୍ ଲିକ୍ ଯୋଗୁଁ ଏହାକୁ ବାତିଲ କରାଯାଇଥିଲା ।