ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଆକ୍ରମଣ

ପାରାଦ୍ୱୀପ: ପୂର୍ବତନ ମନ୍ତ୍ରୀଙ୍କ ଗାଡ଼ିକୁ ଆକ୍ରମଣ । ଆକ୍ରମଣ କରିଛନ୍ତି ଜଣେ ସରପଞ୍ଚ ପ୍ରାର୍ଥୀ । ମନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ ବି କରିଛନ୍ତି । ଏଭଳି ଘଟଣା ଘଟିଛି ପୂର୍ବତନମନ୍ତ୍ରୀ ଡଃ ଦାମୋଦର ରାଉତଙ୍କ ସହ । ରବିବାର ଦାମୋଦର ରାଉତ ଯାଉଥିଲେ କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତର ନିଜ ଗ୍ରାମ ମଲ୍ଲିପୁରାକୁ । ସେହି ସମୟରେ ସରପଞ୍ଚ ପ୍ରାର୍ଥୀ ସେହି ସ୍ଥାନ ଦେଇ ପ୍ରଚାରରେ ଯାଉଥିବା ସମୟରେ ଦାମୋଦର ରାଉତଙ୍କ ଗାଡିକୁ ଦେଖି ଅଟକାଇବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିିକି ଆକ୍ରମଣ କରିଥିଲେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ । ଏହି ଘଟଣାରେ ମନ୍ତ୍ରୀଙ୍କ ଗାଡ଼ିର ଲାଇଟଓ କାଚ ଭାଙ୍ଗିଯାଇଥିଲା । ଏସମ୍ପର୍କରେ ତିର୍ତୋଲ ଥାନାରେ ଦାମୋଦର ରାଉତଙ୍କ ଅଭିଯୋଗକୁ ନେଇ ୬ ଜଣକୁ ପୋଲିସ ଗିରଫ କରିଛି । ଏନେଇ ଦାମୋଦର ରାଉତ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି । ତେବେ ଦାମୋଦର ରାଉତଙ୍କ ଗାଡି ଭଙ୍ଗାରୁଜାକୁ ନେଇ ପାରାଦୀପ ବିଧାୟକ ଏହି ଘଟଣାକୁ ନିନ୍ଦା କରିଛନ୍ତି ।