ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ

ଆଜି (ମଙ୍ଗଳବାର) ବି କିଛି ସ୍ଥାନରେ ଶୀତ ଜାରି ରହିବ। ବୁଧବାରଠାରୁ ରାଜ୍ୟରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମିଯିବ ।

(ଭୁବନେଶ୍ୱର) : ଆଜି (ମଙ୍ଗଳବାର) ବି କିଛି ସ୍ଥାନରେ ଶୀତ ଜାରି ରହିବ। ବୁଧବାରଠାରୁ ରାଜ୍ୟରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମିଯିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ସୂଚନାନୁଯାୟୀ , ସୋମବାର ୫ ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ଥିଲା । ଦାରିଙ୍ଗିବାଡ଼ିରେ ୭.୫ଡିଗ୍ରୀ, ସୋନପୁରର ୮.୮, ଝାରସୁଗୁଡ଼ାରେ ୯.୮, ଭବାନୀପାଟଣାରେ ୯.୯ ଓ କେନ୍ଦୁଝରରେ ରାତି ତାପମାତ୍ରା ୧୦ଡିଗ୍ରୀ ଥିଲା । ଅନୁଗୁଳରେ ୧୧ଡିଗ୍ରୀ, ବଲାଙ୍ଗୀରରେ ୧୧.୩, ସମ୍ବଲପୁରରେ ୧୧.୫, ହୀରାକୁଦରେ ୧୧.୫ ଓ ବାରିପଦାରେ ୧୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।