ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୨୩,୩୯,୬୧୧

ଦେଶରରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ । ଫେବୃଆରୀ ଆରମ୍ଭରୁ ଏହା ହ୍ରାସ ପାଇପାଇବାରେ ଲାଗିଛି।

(ଦିଲ୍ଲୀ) : ଦେଶରରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ । ଫେବୃଆରୀ ଆରମ୍ଭରୁ ଏହା ହ୍ରାସ ପାଇପାଇବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଆଉ ୬୭,୫୯୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସୋମବାର ୮୩,୮୭୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସୂଚନାନୁଯାୟୀ , ଏହାର ଅର୍ଥ ସୋମବାର ତୁଳନାରେ ଆଜି ୧୯.୪% କମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଦୈନିକ ପଜିଟିଭିଟି ରେଟ୍‌ ବା ଟିପିଆର ୭.୨୫%ରୁ ଖସି ୫.୦୨%ରେ ପହଞ୍ଚି ଯାଇଛି। ସାପ୍ତାହିକ ଟିପିଆର ୮.୩୦%। ସୋମବାର ମୋଟ ୧୩,୪୬,୫୩୪ଟି ନମୁନା ପରୀକ୍ଷା କରାଯାଇଥିଲା। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୨୩,୩୯,୬୧୧ ହୋଇଛି। ।