ପାରାଦୀପ /ପ୍ରଶାନ୍ତ କୁମାର ସ୍ଵାଇଁ:- ସେବି ସାହାରା ବିବାଦକୁ ନେଇ କୁଜଙ୍ଗ ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ନିଜର ମତ ରଖିଛନ୍ତି କୁଜଙ୍ଗ ସାହାରା ଇଣ୍ଡିଆ ୱାର୍କରସ ୱଲଫେୟାର ଟ୍ରଷ୍ଟ। ଦୀର୍ଘ ଦିନ ଧରି ସେବି ଓ ସାହାରା ଇଣ୍ଡିଆ ବିବାଦ ସୁପ୍ରିମକୋର୍ଟରେ ଝୁଲି ରହିଥିବାବେଳେ ଏହାକୁ ନେଇ ସାହାରା ଇଣ୍ଡିଆରେ ଅର୍ଥ ଲଗାଇଥିବା ସାଧାରଣ ଖାତାଧାରୀ ମାନେ ଉଚିତ ସମୟରେ ନିଜର ପଇସା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଥି ସହିତ ସାହାରା ଇଣ୍ଡିଆରେ ନୂଆ ଖାତା ଖୋଲିବାକୁ କେହି ଆଗ୍ରହ ପ୍ରକାଶ କରୁନଥିବା ସମୟରେ ଏ ନେଇ ସାହାରା ଇଣ୍ଡିଆରେ କାର୍ଯ୍ୟରତ କର୍ମଚାରୀ ମାନେ ଅନେକ ପରିମାଣରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁ ଖାତାଧାରୀ ମାନଙ୍କ ମ୍ୟାଚୁରିଟି ହୋଇଯାଇଛି ସେମାନେ ସାହାରା ଇଣ୍ଡିଆ କାର୍ଯ୍ୟାଳୟକୁ ଆସି ନିଜ ଲଗାଇଥିବା ଟଙ୍କା ଫେରସ୍ତ ପାଇବା ପାଇଁ ଜୁଲମ କରୁଥିବାବେଳେ କର୍ମଚାରୀ ମାନେ ଜମାଧାରୀଙ୍କ ଶିକାର ହେଉଛନ୍ତି । ଯାହାକୁ ନେଇ ସାହାରା ଇଣ୍ଡିଆ ୱାର୍କରସ ୱଲଫେୟାର ଟ୍ରଷ୍ଟ ତରଫରୁ ସମ୍ମିଳନୀ ରେ ସୂଚନା ଦେବା ସହିତ କମ୍ପାନୀ ଗ୍ରାହକ ମାନଙ୍କୁ ବିଳମ୍ବରେ ପ୍ରଦାନ କରୁଥିବା ଅର୍ଥ ରାଶି ଉପରେ ଭରପୁର ଲାଭଂଶ ଦେଉଥିବା ନେଇ ପ୍ରକାଶ କରିବା ସହିତ ସାହାରା ସେବି ବିବାଦରେ ଉଭୟ ଜମାକାରୀ ଓ କର୍ମଚାରୀ ପ୍ରଭାବିତ ହେଉଛନ୍ତି। ସୁପ୍ରିମକୋର୍ଟ ରେ ସେବି ସାହାରା ବିବାଦ ଚାଲିଥିବା ବେଳେ ସାହାରା ପରିବାର ସମ୍ପତ୍ତି ତୁଳନାରେ ଜମାକାରୀ ଙ୍କ ଅର୍ଥ ଏକ ତୃତୀୟାଂଶ ବୋଲି କହିଛନ୍ତି ।