ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଛି । ଏହାରି ମଧ୍ୟରେ କରୋନା ସ୍ଥିତି ନେଇ ଜନସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ବର୍ତ୍ତମାନ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କେତେ ତାହା ଜିନମ ସିକ୍ୟୁନସିଂ ଡାଟା ଏବଂ ଓମି ସିୟର କିଟର ଡାଟାକୁ ମିଳିତ ଭାବରେ ଅନୁଧ୍ୟାନ କରିବା ପରେ ଜଣାପଡ଼ିବ। ମୃତ୍ୟୁ ସଂଖ୍ୟା ଓମି କ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ ବର୍ତ୍ତମାନ ଡେ଼ଲ୍ଟାର ଉପସ୍ଥିତି ରହିଛି ସେହି କାରଣରୁ ମୃତ୍ୟୁ ହେଉଛି। ବର୍ତ୍ତମାନ ଡେ଼ଲ୍ଟା ଆଧିପତ୍ୟ ବିସ୍ତାର କରି ରହିଛି।ଅନ୍ୟପଟେ ସେ କହିଛନ୍ତି ଯେ ସ୍କୁଲ ଖୋଲିବା ନେଇ ସରକାର ତର୍ଜମା କରୁଛନ୍ତି । ରାଜ୍ୟରେ କରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ। ଉଚ୍ଚ ନ୍ୟାୟାଳୟ ଯାହା ନିର୍ଦେଶ ଦେଇଛନ୍ତି ସେହି ଅନୁସାରେ ସରକାର ଚିନ୍ତା କରିବେ। ଉଲ୍ଲେଖ ଯୋଗ୍ୟ ଯେ ଗତକାଲି ଆସନ୍ତା ଦୁଇ ମାସରେ ସ୍କୁଲ ଖୋଲିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।