ଆଠମଲ୍ଲିକ: ରାଜ୍ୟରେ ବ୍ୟାପୁଛି କରୋନା ସଂକ୍ରମଣ । ନୂଆ ଭରିଆଣ୍ଟ ଓମିକ୍ରନ ମଧ୍ୟ ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି । ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଉଛି । ଏଡି ତାଲିକାରେ ଯୋଡି ହୋଇଛି ଅନୁଗୁଳ ଜିଲ୍ଲାର ଆଉ ଏକ ଅଞ୍ଚଳ ।
ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନୁନକାପଶି ପଞ୍ଚାୟତର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ । ନୁନକାପଶି ପଞ୍ଚାୟତର କଦଲିମୁଣ୍ଡା ଗାଁରେ ୬ ଜଣ ଏବଂ ବଇଣ୍ଡା ରେଲୱେ କଲୋନୀ ଆଦିରେ ମିଶି ମୋଟ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ କିଶୋରନଗର କଦଲିମୁଣ୍ଡା ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ସ୍ଥାନୀୟ ବିଡିଓ । ସ୍ଥାନୀୟ ଅଞ୍ଚଳରେ ହେଉଥିବା ଭିଡକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏମତି ଏକ ନିଷ୍ପତ୍ତି ନେଇଛି । ତେବେ କଟକଣାର ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାୁଷ୍ଠାନ ଗ୍ରହଣ କରାଯିବ ।