ଶରୀରରେ ଉଷୁମ ତେଲ ମସାଜ୍‌ କଲେ ମିଳିଥାଏ ଏହି ଉପକାର

(ଋିପୋର୍ଟସ ଟୁଡେ) ଶରୀରରେ ଉଷୁମ ତେଲ ମସାଜ୍‌ କଲେ ମିଳିଥାଏ ଅନେକ ଉପକାର। ଏହା ଦ୍ୱାରା ରାକ୍ତଚାପ ନିୟନ୍ତ୍ରିତ ହେବା ସହିତ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ସପ୍ତାହରେ ୨ ଥର ଏପରି କଲେ ଲୋମକୂପ ପରିଷ୍କାର ହେବା ସହିତ ମାଂସପେଶୀ ସତେଜ ହୋଇଥାଏ। ଏହା ଦ୍ୱାରା ଆଣ୍ଟିଏଜିଂ ସମସ୍ୟା ଦୂର ହୋଇଥାଏ। ସେହିପରି କେଶ ଝଡିବା ଓ ରୂପି ସମସ୍ୟା ଏହା ଦ୍ୱାରା ହୋଇଥାଏ ଦୂର। ମୁଣ୍ଡରେ ଉଷୁମ ତେଲ ମସାଜ କଲେ ମାନସିକ ଅବସାଦ ଦୂର ହୋଇଥାଏ। ଆଣ୍ଠୁଗଣ୍ଠି ରୋଗ କ୍ଷେତ୍ରରେ ଉଷୁମ ତେଲ ମସାଜ ଦ୍ୱାରା ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।