ମୋଦୀଙ୍କୁ ଘେରିଲେ ଦିଦି

କୋଲକାତା : ମୋଦୀ ସରକାରଙ୍କୁ ପୁଣି ଘେରିଛନ୍ତି ଦିଦି । ମୋଦୀ ସରକାରଙ୍କୁ ଆଗାମୀ ସଂସଦ ଅଧିବେଶନରେ ଘେରିବା ନେଇ ଋଣନୀତି ପ୍ରସ୍ତୁତି ଆରମ୍ଭ କରିଛନ୍ତି ମୋଦୀ । ଏନେଇ ୨୨ରୁ ୨୫ ତାରିଖ ମଧ୍ୟରେ ମମତା ଦିଲ୍ଲୀ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ଏହି ଅବସରରେ ତମାମ ବିରୋଧୀ ଦଳର ନେତାଙ୍କୁ ଭେଟିବେ ମମତା ।
ସଂସଦ ଅଧିବେଶନରେ କ’ଣ ରହିବ ବିରୋଧୀଙ୍କ ରଣନୀତି ସେ ନେଇ ଆଲୋଚନା କରିବେ ଦିଦି । କିଭଳି କେନ୍ଦ୍ର ସରକାରଙ୍କୁ ଗୃହ ଭିତରେ ମୁକାବିଲା କରାଯାଇପାରିବ ସେ ନେଇ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ କଥା ହେବେ । ତିନି କୃଷି ଆଇନ୍ ପ୍ରତ୍ୟାହାର ନେଇ ଘୋଷଣା କରିସାରିଛନ୍ତି କେନ୍ଦ୍ର ସରକାର । ସଂସଦ ଅଧିବେଶନରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହେବ ।
ଏଥିସହ ଦରଦାମ ବୃଦ୍ଧି, ସୀମା ପ୍ରସଙ୍ଗ, ଜାମ୍ମୁକାଶ୍ମୀରରେ ହିଂସା ପେଗାସସ ଆଦିକୁ ନେଇ ପୁଣି କେନ୍ଦ୍ର ସରକାରକୁ ଘେରିବେ ବିରୋଧୀ । ଯେଉଁଥିରେ କେନ୍ଦ୍ର ସରକାରଙ୍କୁ ବିରୋଧୀ ଘେରିବାକୁ ଉଦ୍ୟମ କରିବେ । ପୂର୍ବରୁ ମଧ୍ୟ ମମତା ବାନାର୍ଜୀ ଦିଲ୍ଲୀରେ ତମାମ ବିରୋଧୀ ଦଳର ନେତାଙ୍କୁ ଭେଟି ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।