ଦେବଗଡରୁ ଦେଢ କୋଟିଟଙ୍କାର ସାପ ବିଷ ଜବତ

ଦେବଗଡ : ଦେବଗଡରୁ ଦେଢ କୋଟିଟଙ୍କାର ସାପ ବିଷ ଜବତ । ଜବତ ହୋଇଥିବା ସାପ ବିଷର ପରିମାଣ ଏକ କେଜି ସହ ଏଥିରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ରିଆମାଳ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ସମ୍ବଲପୁରର ହୋଇଥିବା ସୂଚନା ମିଳିଛି । ତେବେ ଏହାକୁ ନେଇ ରିଆମାଳ ପୋଲିସର ତନାଘନା ଜାରି ରହିଛି ।
ସୂଚନାଯୋଗ୍ୟ ଗତ ୨୮ ତାରିଖରେ ଭୁବନେଶ୍ୱରରୁ କୋଟିଏ ଟଙ୍କାର ସାପ ବିଷ ଜବତ କରିଥିଲା ପୋଲିସ । ବନ ବିଭାଗର ୪ଟି ଟିମ୍ ସାପ ବିଷ ଚୋରା ଚାଲାଣର ରାକେଟ ପର୍ଦ୍ଦାଫାସ କରିଥିଲା । ଏଥିରେ ଜଣେ ମହିଳାଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ ହୋଇଥିଲେ ।
ଅପରପକ୍ଷେ ହଜାରରୁ ଉଦ୍ଧ୍ୱର୍ ସାପଙ୍କ ଠାରୁ ବିଷ ସଂଗ୍ରହ କଲେ ତାହା ପାଖାପାଖି ଦେଢ ଲିଟର ହେବା ନେଇ ସାପ ବିଶେଷଜ୍ଞ ମତ ଦିଅନ୍ତି । ତେବେ ଦେଢ ଲିଟର ସାପ ବିଷର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହୋଇଥିବା ବେଳେ ଆର୍ନ୍ତଜାତିକ ବଜାରରେ ଏହାର ମୂଲ୍ୟ ଦଶ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି ।