‘ସ୍ପୁଟନିକ-ଭି ଲାଇଟ୍‌’କୁ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ମଞ୍ଜୁରି

ଭାରତରେ ଜାରି ରହିଛି ଟିକାକରଣ। ରୁଷର ଭ୍ୟାକସିନ୍ ‘ସ୍ପୁଟନିକ-ଭି ଲାଇଟ୍‌’କୁ ଭାରତରେ ତୃତୀୟ ପର୍ଯ୍ୟାୟ ବ୍ରିଜିଂ ଟ୍ରାଏଲର ମଞ୍ଜୁରି ଦିଆଯାଇଛି।

(ଦିଳ୍ଲୀ) : ଭାରତରେ ଜାରି ରହିଛି ଟିକାକରଣ। ରୁଷର ଭ୍ୟାକସିନ୍ ‘ସ୍ପୁଟନିକ-ଭି ଲାଇଟ୍‌’କୁ ଭାରତରେ ତୃତୀୟ ପର୍ଯ୍ୟାୟ ବ୍ରିଜିଂ ଟ୍ରାଏଲର ମଞ୍ଜୁରି ଦିଆଯାଇଛି। ଡ୍ରଗ୍ସ କନଟ୍ରୋଲୋର ଜେନେରାଲ ଅଫ୍ ଇଣ୍ଡିଆ ( DCGI) ଭାରତୀୟ ଜନସଂଖ୍ୟା ଉପରେ ଟିକାର ପରୀକ୍ଷକୁ ସବୁଜ ସଙ୍କେତ ଦେଇଛି। DCGI ର ସବଜେକ୍ଟ ଏକ୍ସପର୍ଟ କମିଟି ନିକଟରେ ସ୍ପୁଟୋନିକ ଲାଇଟର ଟ୍ରାଏଲ ପାଇଁ ସୁପାରିଶ କରିଥିଲେ। ‘ସ୍ପୁଟନିକ ଭି ଲାଇଟ୍‌’ ସିଙ୍ଗିଲ ଡୋଜ୍‌ ଭ୍ୟାକ୍ସିନ୍ ଅଟେ।

ସୂଚନାନୁଯାୟୀ , କମିଟି ଜାଣିବାକୁ ପାଇଥିଲା ଯେ , ‘ସ୍ପୁଟନିକ-ଭି ଲାଇଟ୍‌’ ର କମ୍ପୋନେଟ୍-୧ ଡାଟା ସହିତ ସମାନ ଥିଲା। ଆହୁରି ମଧ୍ୟ, ଭାରତୀୟ ଜନସଂଖ୍ୟାରେ ଏହାର ନିରାପତ୍ତା ଏବଂ ଇମ୍ୟୁନୋଜିସନିସିଟି ଡାଟା ପୂର୍ବରୁ ଟ୍ରାଏଲରୁ ମିଳିସାରିଛି। ଡକ୍ଟର ରେଡିଜ୍ ଲାବରୋଟୋରୀ ଗତ ବର୍ଷ ରଶିଆନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ସହିତ ସହିତ ଭାରତରେ ‘ସ୍ପୁଟୋନିକ୍ଭି-’ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଚୁକ୍ତି କରାଯାଇଥିଲା। କୋଭିଡ -୧୯ ବିପକ୍ଷରେ ୭୮.୬-୮୩.୭ ପ୍ରତିଶତ ପ୍ରତିଶତ ପ୍ରଭାବ ପକାଉଛି। ଦୁଇଟି ଡୋଜ ନେଉଥିବା ଭ୍ୟାକ୍ସିନ ତୁଳନାରେ ଅଧିକ ପ୍ରଭାବଶାଳୀ।