୨ଶହ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର/ଅଜିତ ସାହୁ: ଜଳେଶ୍ୱର ୬୦ନମ୍ବର ଜାତୀୟ ରାଜପଥର ଚାଲନ୍ତି ଛକ ନିକଟରୁ ୨୦୦ ଗ୍ରାମ ବ୍ରାଉନ ସୁଗାର ସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ବାଇକ ଯୋଗେ ବ୍ରାଉନସୁଗାର ନେଇ ଯାଉଥିବାର ଖବର ପାଇ ଅବକାରୀ ବିଭାଗ ଚଢାଇ କରି ବ୍ରାଉନ ସୁଗାର ସହ ବାଇକ, ମୋବାଇଲ ଜବତ କରିବା କୋର୍ଟ ଚାଲାଣ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଓ ଗିରଫ ଯୁବକ ଜଣକ ବାରିପଦା ଅଞ୍ଚଳର ସଞ୍ଜୟ କୁମାର ସିଂ ବୋଲି ଜଣାପଡିଛି।