ଭୁୁବନେଶ୍ୱର– କରୋନା ମହାମାରୀ ଯୋଗୁଁ ସାରା ଦେଶ କବଳିତ । ଏଥିରୁ ବାଦ ପଡିନାହାନ୍ତି ଆଗାମୀ ଦେଶର ଭବିଷ୍ୟତ କୁହାଯାଉଥିବା ଛାତ୍ରଛାତ୍ରୀମାନେ । କରୋନା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ ବେଶ ପ୍ରଭାବ ପକାଇଛି । ବର୍ତ୍ତମାନ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୁଲୁଛି । ଏହା ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଖୋଲିବା ନେଇ ଏସଓପି ଜାରି ହୋଇଛି ।ଛାତ୍ରଛାତ୍ରୀ ହଷ୍ଟେଲ ଆସିବା ପାଇଁ ଅଭିଭାବକଙ୍କ ଅନୁମତି ନିହାତି ଆବଶ୍ୟକ ରହିଛି । ଅନ୍ୟପଟେ ହଷ୍ଟେଲର ମେସ ଓ ଶୌଚାଳୟ ପ୍ରତିଦିନ ସାନିଟାଇଜ କରାଯିବ । ଏହାସହ ହଷ୍ଟେଲ ପରିସରରେ ଅଧିକ ସାନିଟାଇଜର ମହଜୁଦ ରଖାଯିବ । ସେହିପରି ହଷ୍ଟେଲ ପରିସରରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ । ହଷ୍ଟେଲ୍ ରେ ଗୋଟିଏ ଆଇସୋଲସନ ବ୍ୟବସ୍ଥା ମଧ୍ୟ କରାଯିବ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି ।