କରୋନାରେ ରାଜସ୍ୱ ଓ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ବିଜୟ କାଶ୍ୟପଙ୍କର ଦେହାନ୍ତ
କରୋନା ମହାମାରୀ ଦେଶରେ ଆତଙ୍କ ମଚାଇଛି । ଏଥିରୁ ବାଦ ପଡୁନାହାନ୍ତି ନେତା , ମନ୍ତ୍ରୀ କି ବଲିଉଡର ନାମିଦାମୀ କଳାକାର । ଏହାରି ମଧ୍ୟରେ
(ଦିଲ୍ଲୀ) : କରୋନା ମହାମାରୀ ଦେଶରେ ଆତଙ୍କ ମଚାଇଛି । ଏଥିରୁ ବାଦ ପଡୁନାହାନ୍ତି ନେତା , ମନ୍ତ୍ରୀ କି ବଲିଉଡର ନାମିଦାମୀ କଳାକାର । ଏହାରି ମଧ୍ୟରେ ଉତ୍ତରପ୍ରଦେଶର ରାଜସ୍ୱ ଓ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ବିଜୟ କାଶ୍ୟପଙ୍କର ଦେହାନ୍ତ ହୋଇଛି । ସେ କରୋନା ପଜିଟିଭ ହେବା ପରେ ଗୁର୍ଗାଁଓ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ରାତିରେ ୫୬ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି। ସେ ଉତ୍ତରପ୍ରଦଶର ମୁଜାଫରନଗର ଚାର୍ଥୱାଲ ନିର୍ବାଚନ ପଣ୍ଡଳିରୁ ବିଧାୟକ ଥିଲେ। ଗତକାଲି ଗୁରଗାଓଁର ମେଦାନ୍ତ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ଘଟିଛି।
ତେବେ ବିଜୟଙ୍କର ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଉତ୍ତରପ୍ରଦେଶର ଅନେକ ବଡ଼ ବଡ଼ ନେତା ଶୋକପ୍ରକାଶ କରିଛନ୍ତି। ମୋଦି ଟ୍ୱିଟ୍ କରି ଲେଖିଛନ୍ତି ” ବିଜେପି ନେତା ତଥା ଉତ୍ତରପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ବିଜୟ କାଶ୍ୟପଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦ ଘଟଣା। ସେ ସବୁବେଳେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିଲେ। ଲୋକଙ୍କ ପାଇଁ କାର୍ଯ୍ୟ କରିବାରେ ତାଙ୍କର ବହୁତ ଇଚ୍ଛା ଥାଏ। ଏଭଳି ଏକ ଦୁଃଖଦ ସମୟରେ ତାଙ୍କ ପରିବାର ଓ ସମର୍ଥକଙ୍କ ପାଇଁ ମୁଁ ସମବେଦନା ଜଣାଉଛି। “